ଭୁବନେଶ୍ୱର,୧।୧: ଓଡ଼ିଶା ମାଇନିଂ ଓ ଇନ୍ଫ୍ରାଷ୍ଟ୍ରକ୍ଚର ଇଣ୍ଟରନ୍ୟାଶନାଲ ଏକ୍ସପୋରେ କୋଣାର୍କ ଇନ୍ଫ୍ରାକୋର୍ ନିର୍ମାଣ ଓ ଖଣି ଉପକରଣ ନିର୍ମାତା ଲିୟୁଗୋଙ୍ଗ୍ ଇଣ୍ଡିଆ ପ୍ରତିନିଧିତ୍ୱ କରିଥିଲା। ଏ ସମ୍ପର୍କରେ କୋଣାର୍କ ଇନ୍ଫ୍ରାକୋର୍ର ପ୍ରତିଷ୍ଠାତା ଓ ଏମ୍ଡି କୌଶିକ୍ ଦାସ କହିଛନ୍ତି,୧୨ବର୍ଷରୁ ଅଧିକ ସମୟର ଅଭିଜ୍ଞତା ସହିତ କୋଣାର୍କ ଇନ୍ଫ୍ରାକୋର୍ ଦ୍ୱାରା ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ଉପକରଣଗୁଡ଼ିକୁ ବନ୍ଦର, ଜଳସେଚନ, ସଡ଼କ ନିର୍ମାଣ, ଖଣି ଖନନ, ରେଲ୍ୱେ, ନିର୍ମାଣ, ଟନେଲ ଓ ପ୍ଲାଣ୍ଟ୍ ଆପ୍ଲିକେଶନ ପାଇଁ ବ୍ୟବହାର କରାଯାଇପାରିବ। କମ୍ପାନୀ ନିକଟରେ ଉପଭୋକ୍ତା ଅନୁକୂଳ ପେମେଣ୍ଟ ବିକଳ୍ପ ରହିଛି। ଓଡ଼ିଶା ମାଇନିଂ ହେଉଛି ସର୍ବବୃହତ୍ ମାଇନିଂ ପ୍ରଦର୍ଶନୀ ଯାହା ଏହି କ୍ଷେତ୍ରର ପ୍ରମୁଖ କମ୍ପାନୀଗୁଡ଼ିକୁ ଏକାଠି ହେବା ଏବଂ ଭାରତରେ ଖଣି କ୍ଷେତ୍ରର ବିକାଶ ପାଇଁ ଯୋଗଦାନ ଦେବାକୁ ଅନୁମତି ଦେଉଛି। ସେହିଭଳି ଲିୟୁଗୋଙ୍ଗ୍ ଇଣ୍ଡିଆର ଏକ୍ସାଭେଟର ଡିଭିଜନର ସେଲ୍ସ ବିଭାଗର କଣ୍ଟ୍ରି ହେଡ୍ ରାଜଦୀପ ମିତ୍ର କହିଛନ୍ତି, ଦେଶର ମାନଚିତ୍ରରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। କାରଣ ଦେଶର ୯୨% କ୍ରୋମାଇଟ୍, ୯୨% ନିକେଲ୍, ୫୨% ବକ୍ସାଇଟ୍, ୪୪% ମାଙ୍ଗାନିଜ୍, ୩୩% ଲୁହାପଥର ଓ ୨୪% କୋଇଲା ଭଣ୍ଡାର ସହ ଭାରତର ମିନେରାଲ ହବ୍ ଭାବେ ବିବେଚନା କରାଯାଇଥାଏ। ଦେଶର ପ୍ରାୟ ୫୦% ଲୁହାପଥର ଉପତ୍ାଦନ ଓଡ଼ିଶା ଦ୍ୱାରା ଉପତ୍ାଦିତ ହୋଇଥାଏ, ଯାହା ଏହାକୁ ଇସ୍ପାତ ଶିଳ୍ପ ସ୍ଥାପନ ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ କରିଛି।