ଦୁବାଇ ବିଜନେସ ମିଟ୍‌ରେ ଯୋଗ ଦେବେ ଓଡ଼ିଶାର ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶାର ୨ ନେତା ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ ମିଟ୍‌ରେ ଯୋଗ ଦେବେ । ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ପୂର୍ବରୁ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ବିଜନେସ ମିଟ୍‌ରେ ଯୋଗଦେବେ । ଏ ନେଇ ସେମାନେ ସୋମବାର ସକାଳୁ ଭୁବନେଶରରୁ ଦିଲ୍ଲୀ ବାହାରିଥିଲେ। ଅପରାହ୍ନ ୪ଟାରେ ଦୁଇ ମନ୍ତ୍ରୀ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁଯାୟୀ, ଆସନ୍ତା ୨୯ ତାରିଖରେ ଦୁବାଇରେ ବିଜନେସ୍‌ ମିଟ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାତ୍ରା ସାରି ଦୁବାଇ ଗସ୍ତ କରିଛନ୍ତି । ବିଜନେସ ମିଟ ସହିତ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Share