ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ସେମାନଙ୍କ ଚିଠା ଖୋଲିଛି ଏଡିଆର ଓ ଇଲେକ୍ସନ ୱାଚ । ଯେଉଁଥିରେ ଅନେକ ଖୁଲାସା ହୋଇଛି। ୪ଟି ଲୋକ ସଭା ଆସନରେ ୩୭ ଜଣ ଏମପି ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ଜଣ ଡକ୍ଟରେଟ ଥିବାବେଳେ ଜଣେ ସ୍କୁଲ ପିଣ୍ଢା ମାଡିନାହାନ୍ତି। ସେହିପରି ସେମାନଙ୍କ ମଧ୍ୟରୁ ୩ଜଣ ଦଶମ ପାସ୍‌ କରି ନ ଥିବା ଜଣାପଡିଛି।

ଶିକ୍ଷାଗତ ଯୋଗ୍ୟତାରେ ବ୍ରହ୍ମପୁରର ଏମପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବୋମମାଳି କାନ୍ତ ରାଓ ସବୁଠାରୁ ଆଗୁଆ ରହିଛନ୍ତି । ବ୍ରହ୍ମପୁରର ଭାଜପା ଏମପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ନବ ଭାରତ ନିର୍ମାଣ ସେବା ପାର୍ଟିର ବୋମମାଳି କାନ୍ତ ରାଓ ଡକ୍ଟରେଟ ଥିବାବେଳେ ସିପିଆଇ (ଏମଏଲଏଲ) ପ୍ରାର୍ଥୀ ପ୍ରକାଶ ହିକକ୍କା ସ୍କୁଲ ଯାଇ ନାହାନ୍ତି । ପ୍ରକାଶ ଜଣେ ଚାଷୀ ଅଟନ୍ତି। ତାଙ୍କର ମୋଟ ସମ୍ପତ୍ତି ୨ଲକ୍ଷ ୮ହଜାର ୭୦୦। ତାଙ୍କ ପାଖରେ ନଗଦ ୧୦ହଜାରରୁ ଅଧିକ ଟଙ୍କା ରହିଛି।

ତେବେ ରିପୋର୍ଟରୁ ଜଣାପଡିଛି କି, ୩ଜଣ ପ୍ରାର୍ଥୀ ଦଶମ ପାସ୍‌ କରି ନ ଥିବାବେଳେ ୭ ଜଣ ଦଶମ ଶ୍ରେଣୀ ୫ ଜଣ ଜଣ ଦ୍ୱାଦଶ, ୧୦ ଜଣ ଗ୍ରାଜୁଏଟ ଓ ୪ ଜଣ ଗ୍ରାଜୁଏଟ ପ୍ରଫେସନାଲ, ୬ ଜଣ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି ।

Share