ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ସିମଲାରେ ବସିଥିବା ସବୁ ରାଜ୍ୟର ବାଚସ୍ପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ,ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ବିଧାନସଭାର ଆସନ୍ତା ଅଧିବେଶନ ଆଗରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ସମସ୍ତଙ୍କୁ ଅବଗତ କରାଯିବ। ଏଥିପାଇଁ ୨୯ ତାରିଖରେ ସର୍ବଦଳୀୟ ବୈଠକ ହେବ। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ ହେବ। କେଉଁ ଦିନ କାହାର ଟେଷ୍ଟ ହେବ ଆସନ୍ତା ୨୫ ତାରିଖରେ ବିଏମ୍ସି ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ବୈଠକ ହେବ।