କାଲିଫର୍ନିଆ ୟୁନିଭରସିଟି ସହ ଓଡ଼ିଶାର ଏମ୍‌ଓୟୁ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ଆମେରିକା ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ସିଲିକନ ଭ୍ୟାଲି ଗସ୍ତ କରି ସେଠାରେ ବିଭିନ୍ନ ସଙ୍ଗଠନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କାଲିଫର୍ନିଆ ୟୁନିଭରସିଟି ଗସ୍ତ କରିବା ସହ ସେଠାରେ ଫିସରସେଣ୍ଟର ଫର୍‌ ବିଜ୍‌ନେସ ଆନାଲିଟିକ୍ସର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଗଉଥିର ଭାସେୟୁର, ହାସ ସ୍କୁଲ ଅଫ୍‌ ବିଜ୍‌ନେସର ଆକ୍ଟିଂ ଡିନ୍‌ ଡନ୍‌ ମୋରେ ଏବଂ ୟୁନିଭରସିଟିର ଅନ୍ୟ ଖ୍ୟାତିସମ୍ପନ୍ନ ବିଭାଗୀୟ ମୁଖ୍ୟମାନଙ୍କୁ ସାକ୍ଷାତ କରିଥିଲେ। ସେଠାରେ ୟୁସି ବାର୍କେଲଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ଉଭୟ ଗବେଷଣା ପ୍ରକଳ୍ପ ଉପରେ କାମ କରିବା ସହିତ ଯୁଗ୍ମ ଭାବେ କନ୍‌ଫରେନ୍ସ ଓ କର୍ମଶାଳା ଆୟୋଜନ କରିବା ସହ ମିଳିତ ଭାବେ ତାଲିମ କର୍ମଶାଳାର ଆୟୋଜନ କରିବେ। ଏଥିଯୋଗୁ ପ୍ରାୟ ୧ ହଜାର ଗବେଷକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିସହିତ ମିଳିତ ଭାବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନୁଷ୍ଠିତ ହେବ। ଏହା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି। ଏହି ଅବସରରେ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ଦିନରେ ଉକ୍ତ ଏମ୍‌ଓୟୁ ଉଭୟ ମଧ୍ୟରେ ଜ୍ଞାନର ସହଭାଗିତା ବୃଦ୍ଧି ପାଇବା ସହ ଗବେଷଣା କ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, ଏହି ଅଂଶୀଦାର ଫଳରେ ଓଡ଼ିଶାରେ ଗବେଷଣା କ୍ଷେତ୍ର ଆହୁରି ବିକଶିତ ହୋଇପାରିବ। ୫-ଟି ସଚିବ ଭି. କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ହେଉଥିବା ରୂପାନ୍ତର ବିଷୟରେ ଆଲୋକପାତ କରିଥିଲେ। ଏହାପରେ ପ୍ରତିନିଧିମଣ୍ଡଳୀ ଫ୍ରୋଷ୍ଟ ଆଣ୍ଡ୍‌ ସୁଲିଭାନ ଚେୟାରମ୍ୟାନ ଡେପିଭ ଫ୍ରିଗଷ୍ଟାଡ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ଭୁବନେଶ୍ୱରଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ପାଇଁ ଫ୍ରୋଷ୍ଟ ଆଣ୍ଡ୍‌ ସୁଲିଭାନ ପକ୍ଷରୁ ଲେଟର ଅଫ୍‌ ଇଣ୍ଟେଣ୍ଟ(ଏଲ୍‌ଓଆଇ) ପ୍ରଦାନ କରାଯାଇଛି। ସ୍କାଏ ଓ୍ବାର୍କ୍ସ ସଲ୍ୟୁଶନ ଭାରତରେ ତା’ର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri