ଅଶ୍ୱିନୀଙ୍କୁ ରେଳ ଓ ଆଇଟି

ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାର ଭାଜପା ନେତା ଅଶ୍ୱିନୀ ବୈଷ୍ଣବଙ୍କୁ  ଦୁଇଟି ବିଭାଗର ଦାୟିତ୍ୱ ମିଳିଛି। ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସହ ତାଙ୍କ ହାତରେ ରହିବ ଆଇଟି ବିଭାଗ। ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଥିବା ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି।

ଅଶ୍ୱିନୀ ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ୧୫ ବର୍ଷ ଧରି ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଇଲେକ୍ଟ୍ରିକ୍‌ ଓ ସିମେନ୍ସ ଭଳି ପ୍ରମୁଖ ବିଶ୍ୱ ସ୍ତରୀୟ କମ୍ପାନୀର ନେତୃତ୍ୱ ନେଇସାରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ପେନସିଲଭେନିଆ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ କରିବା ସହ ଅଶ୍ୱିନ ଆଇଆଇଟି କାନପୁରରେ ଏମ୍‌ଟେକ କରିଥିଲେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Share