ମୋନିଦୀପା ସର୍ଖେଲଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୫।୪: ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂଆ ଦାୟିତ୍ୱ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ତୁରନ୍ତ ପ୍ରଭାବ ସହ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ତେବେ କିଛିଦିନ ତଳେ ମୋନିଦୀପା ବିଜେଡିରେ ସାମିଲ ହୋଇଥିଲେ।

ମୋନିଦୀପା ହେଉଛନ୍ତି ବାପି ସର୍ଖେଲଙ୍କ ପତ୍ନୀ। ଗୁରୁବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଥିଲେ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ବିଜେଡିରେ ସାମିଲ ହୋଇଥିଲେ ବାପିଙ୍କ ପତ୍ନୀ । ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ଦାୟିତ୍ୱ ମିଳିଛି।

ପ୍ରକାଶ ଯେ, ଏଯାବତ ବିଜେଡି ପକ୍ଷରୁ ପାରାଦୀପ ପାଇଁ ପାର୍ଥୀ ଘୋଷଣା ହୋଇ ନ ଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାପି କଂଗ୍ରେସରୁ ଇସ୍ତଫା ଦେବା ପରେ ପାରାଦୀପରେ ରାଜନୈତିକ ଉଷ୍ମତା ବଢ଼ିଛି। ଏବେ ବିଜେଡି ବାପିଙ୍କ ପତ୍ନୀଙ୍କୁ ନୂଆ ଦାୟିତ୍ୱ ମିଳିବା ନିଆଁରେ ଘିଅ ଢ଼ାଳିବା ଭଳି କାମ ଦେଇଛି।

Share