ହିଞ୍ଜିଳିରୁ ଲଢ଼ିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର,୨୭।୩: ବିଜେଡି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ପୁଣିଥରେ ହିଞ୍ଜିଳି ବିଧାନସଭା ଆସନରୁ ସୁପ୍ରିମୋ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ବ୍ୟତିତ ସୋନପୁରରୁ ନିରଞ୍ଜନ ପୂଜାରୀଙ୍କୁ ଟିକେଟ ମିଳିଛି। ପାଟଣାଗଡ଼ରୁ ସରୋଜ ମେହେର, ବଲାଙ୍ଗୀରରୁ କଳିକେଶ ସିଂ ଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ
ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ମିଳିଛି।

ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତ ନିର୍ବାଚନରେ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ସେ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନକୁୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ବିଧାନସଭା ପ୍ରାର୍ଥୀ ତାଲିକା ଦେଖନ୍ତୁ:

ସୋନପୁର-ନିରଞ୍ଜନ ପୂଜାରୀ
ପାଟଣାଗଡ଼-ସରୋଜ ମେହେର

ବାଙ୍କୀ-ଦେବୀ ରଞ୍ଜନ ତ୍ରିପାଠୀ
ପାଟକୁରା-ଅରବିନ୍ଦ ମହାପାତ୍ର

ବିଷମକଟକ: ଜଗନ୍ନାଥ ସାରକା
ଗୁଣପୁର: ରଘୁନାଥ ରଘୁନାଥ ଗମାଙ୍ଗୋ

ରାୟଗଡ଼ା: ଅନୁସୟା ମାଝୀ
ବରଗଡ଼: ଦେବେଶ ଆଚାର୍ଯ୍ୟ

ବିଜେପୁର: ରିତା ସାହୁ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ

ଭଟଲି: ସୁଶାନ୍ତ ସିଂ
ଜଳେଶ୍ୱର:ଅଶ୍ୱିନୀ ପାତ୍ର

ବସ୍ତା: ସୁବାସିନୀ ଜେନା
ଭଣ୍ଡାରିପୋଖରୀ: ସଞ୍ଜୀବ ମଲ୍ଲିକ

ଭଦ୍ରକ: ପ୍ରଫୁଲ୍ଲ ସାମଲ
ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ

ଧାମନଗର: ସଞ୍ଜୟ ଦାସ
ଚାନ୍ଦବାଲି: ବ୍ୟୋମକେଶ ରାୟ

ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ଧର୍ମଶାଳା: ପ୍ରଣବ ବଳବନ୍ତରାୟ

ଯାଜପୁର: ସୁଜାତା ସାହୁ
ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ

ଢେଙ୍କାନାଳ: ସୁଧୀର ସାମଲ
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ

ପରଜଙ୍ଗ: ନୃସିଂହ ସାହୁ
ପାଲଲହଡ଼ା: ମୁକେଶ ପାଲ

ଛେଣ୍ଡିପଦା: ସୁଶାନ୍ତ ବେହେରା
ସୋନପୁର: ନିରଞ୍ଜନ ପୂଜାରୀ

ଲୋଇସିଂହା: ନିହାର ବେହେରା
ବଲାଙ୍ଗୀର: କଳିକେଶ ସିଂଦେଓ
ଟିଟିଲାଗଡ଼:  ଟୁକୁନି ସାହୁ

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
ଉମରକୋଟ: ନବୀନା ନାଏକ

ଝରିଗାଁ: ରମେଶ ମାଝୀ
ନବରଙ୍ଗପୁର: କୌଶଲ୍ୟା ପ୍ରଧାନ

ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ

ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ

ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ

କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ

ବଡମ୍ବା – ଦେବୀ ପ୍ରସାଦ ମିଶ୍ର

ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଟକ ଚୌଦାର – ସୌଭିକ ବିଶ୍ୱାଳ

ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା

ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ

ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ

ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ

ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ

ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ

ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ – ଅରୁଣ ସାହୁ

ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର– ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା

ସୋରଡା – ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ

ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର

ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ – ଚନ୍ଦ୍ରଶେଖର ମାଝୀ

କୋରାପୁଟ – ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାକାମ୍ବୀ

କାଶୀପୁର – ବଦ୍ରି ନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ

Share