ଆଜି ବିଜେଡିରେ ମିଶିବେ ନୀଳଗିରି ବିଧାୟକ

ନୀଳଗିରି, ୩୧।୩(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ରବିବାର ବିଜେଡିରେ ଯୋଗ ଦେବେ। ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିବେ ବୋଲି ଜଣାପଡ଼ିବା ପରେ ନୀଳଗିରି ଅଞ୍ଚଳରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଏହାସହ ନୀଳଗିରି ନିର୍ବାଚନମଣ୍ଡଳୀରୁ ସୁକାନ୍ତଙ୍କ ସହ ୨ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ଭୁବନେଶ୍ୱର ଯାଉଥିବା ଜଣାପଡ଼ିଛି।

ବିଧାୟକ ନାୟକ ତାଙ୍କ ନୀଳଗିରି କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଭାଜପାରୁ ଇସ୍ତଫା ସହ ସେ ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ହେଲେ କେଉଁ ଦଳରେ ଯୋଗଦେବେ ସେ ନେଇ ମୁହଁ ଖୋଲି ନ ଥିଲେ।

Share