ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଦଳୀୟ ଉତ୍ତରୀୟ ଦେଇ ଦିଲୀପ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଥିଲେ। ଏହାର ଦିନକ ପରେ ବିଧାୟକ ଦାଶ ନିଜ ସହଧର୍ମିଣୀ ସଙ୍ଗୀତା ଦାଶଙ୍କୁ ନିମାପଡ଼ାରୁ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥୀ କରିବା ପାଇଁ ଲବିକୁ ଜୋରଦାର କରିଛନ୍ତି। ସମୀରଙ୍କ ବଦଳରେ ସଙ୍ଗୀତା ଏଠାରୁ ପ୍ରାର୍ଥୀ ହେବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ନିମାପଡ଼ା ଆସନ ପାଇଁ ଦିନକୁ ଦିନ ବିଜେଡିର ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆସନରେ ବିଜୟ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ନେତୃତ୍ୱ ଏଠାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ଆଗ୍ରହୀ ରହିଛନ୍ତି। ସେହିପରି ଆଶାୟୀ ସୁବ୍ରତ ଛାଟୋଇ ଏଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏଭଳି ଆଲୋଚନା ଓ ପର୍ଯ୍ୟାଲୋଚନାକୁ ନେଇ ନିମାପଡ଼ାରେ ବିଜେଡି ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି l


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଆକ୍ରମଣ ନେଇ ପୂର୍ବରୁ ମିଳିଥିଲା ଆଲର୍ଟ! ହେଲେ ପରେ ପ୍ଲାନରେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ...

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Pahalgam Attack Updates: ଘଟଣାସ୍ଥଳରେ ପହଞ୍ଚି ଶାହା କହିଲେ, ‘ଆତଙ୍କବାଦ ସାମ୍ନାରେ ନଇଁବ ନାହିଁ ଭାରତ’

ଶ୍ରୀନଗର,୨୩।୪: ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image