ହଷ୍ଟେଲରେ ମଦ ପିଉଥିଲେ; ଦେଖିନେଲେ ବୋଲି ବ୍ଲେଡରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ କାଟିଲେ, ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ଉଦଳା,୩।୪(ସନ୍ତୋଷ କୁମାର ବାଛିନି): ଛୋଟ ପିଲା ବୟସରେ ଭୟଙ୍କର ବ୍ୟବହାର। ର଼୍ୟାଗିଂ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଦେହକୁ ବ୍ଲେଡରେ କାଟିଲେ। ପରେ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯ୍ୟାତନା। ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ସୂଚନାନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ର଼୍ୟାଗିଂ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବା ଏହି ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିନେଇଥିଲେ। ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିଲେ। ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତର ଅନେକ ଜାଗାକୁ କାଟିଥିଲେ। କଟା ଯାଇଥିବା ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ। କେବଳ ସେତିକି ନୁହେଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏନେଇ ଛାତ୍ରଜଣଙ୍କ ତାଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ଦୀପଙ୍କରଙ୍କ ବାପା ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Ayushman Bharat Yojana: ଚ୍ୟାଲେଞ୍ଜ ପାଲଟିଲାଣି ଆୟୁଷ୍ମାନ ଭାରତ ଯୋଜନା! ଦେୟ ବିଳମ୍ବ ପାଇଁ ଚିକିତ୍ସାରେ ଦେଖାଦେଲାଣି ସଙ୍କଟ

ଡେରାଡୁନ,୧୩।୪: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ସୁବର୍ଣ୍ଣ କାର୍ଡ ବା ଗୋଲ୍ଡ କାଡର ବିଶ୍ୱସନୀୟତା ବଜାୟ ରଖିବା ଉତ୍ତରାଖଣ୍ଡ ସରକାରଙ୍କ ପାଇଁ ଏକ...

‘ସବୁ ଧର୍ମ ଯଦି ଏକ, ତେବେ ଧର୍ମ ପରିବର୍ତ୍ତନର କ’ଣ ରହିଛି ଆବଶ୍ୟକତା’, RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୪: ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦି ସମସ୍ତ ଧର୍ମ...

ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ...

ତିନି ଫୁଟିଆ ଡାକ୍ତର

ଏଇ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନାନା ବାଧାବିଘ୍ନ ସହି ସଫଳତା ହାସଲ କରନ୍ତି ଓ ଇତିହାସ ରଚନ୍ତି। ସେମିତି ଜଣେ...

ସୌରଭ ହତ୍ୟାକାଣ୍ଡ: ଗର୍ଭବତୀ ହେବା ପରେ ଜେଲରେ ବଦଳିଲା ମୁସ୍କାନଙ୍କ ଡାଏଟ, ଏବେ ମିଳିବ ଏସବୁ

ମେରଠ,୧୩।୪: ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଥିବା ସୌରଭ ହତ୍ୟା ମାମଲାରେ ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଶୁକ୍ଲା ଜେଲରେ ଅଛନ୍ତି। ମୁସ୍କାନ ଗର୍ଭବତୀ ଥିବାରୁ, ତାଙ୍କର...

ସାହିତି୍ୟକା ମିନାକ୍ଷୀ ଦ୍ବିବେଦୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍‌ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ...

ଅଶ୍ୱଗନ୍ଧା ସହ ମହୁ ମିଶାଇ ଖାଇଲେ ଦୂର ହେବ ଏହି ୫ ସମସ୍ୟା, ଜାଣନ୍ତୁ କେମିତି କରିବେ ସେବନ…

ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ।କ ମୁଖ୍ୟତଃ ଯଦି ଆପଣ ଏହାକୁ...

ବଡ଼ ଆକଳନ: ୩ ମାସ ଯାଏ ହେବ ଧୂଳିଝଡ, ବହିବ ଭୟଙ୍କର ଲୁ…

ବର୍ଷା-ପାଗ ପରେ, ଏବେ ଗ୍ରୀଷ୍ମ ଋତୁ ଆସିଗଲାଣି। ଉତ୍ତର ଭାରତରୁ ଦକ୍ଷିଣ ପର୍ଯ୍ୟନ୍ତ, ପାଗରେ ଯଥେଷ୍ଟ ଗରମ ଅନୁଭୂତ ହୋଇପାରେ। ତାପମାତ୍ରା ନିରନ୍ତର ବୃଦ୍ଧି ପାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image