ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ତଳେ ରହିଛି।
ସେହିପରି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ତାପମାତ୍ରା ୯.୫ ରେକର୍ଡ କରାଯାଇଛି । ଅନ୍ୟପଟେ ଅନୁଗୋଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡ଼ା ୧୩.୨, ବଲାଙ୍ଗୀର ୧୪ ଏବଂ କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬.୦ ଡିଗ୍ରୀ ଥିବା ଜଣାପଡିଛି ।