ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ଶୁକ୍ରବାର ବେଙ୍ଗାଲୁରୁ-ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ୍, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଓ ଏକ ମାଲମାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ହେଲାଣି। ଏହାସହ ୯୦୦ରୁ ଅଧିକ ଆହତ ବି ହୋଇଛନ୍ତି। ସ୍ବାଧିନତା ପରେ ଏହା ସବୁଠାରୁ ବଡ ରେଳ ଦୁର୍ଘଟଣା ବୋଲି କୁହାଯାଉଛି।
୬ ଜୁନ ୧୯୮୧ରେ ବିହାର ଏହିଭଳି ଏକ ଦୁଃଖଦ ଟ୍ରେନ ଦୁର୍ଘଟଣାର ସାମ୍ନା କରିଥିଲା। ବ୍ରିଜକୁ ପାର କରିବା ସମୟରେ ଟ୍ରେନଟି ବାଗମତି ନଦୀରେ ପଡିଯିବାରୁ ଏହି ଦୁର୍ଘଟଣାରେ ୭୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।