Categories: ଖେଳ

ଓଡ଼ିଶା ଓପନ୍‌ ଟ୍ରାପ୍‌ ଶୁଟିଂ:ରଶ୍ମି, ଅବିନାଶଙ୍କୁ ପ୍ରଥମ ସ୍ଥାନ

ଭୁବନେଶ୍ୱର,୯ା୧ (ସ୍ପୋଟର୍‌ସ ବ୍ୟୁରୋ): ଚନ୍ଦକା ସ୍ଥିତ ମନୋରମା ପ୍ରପର୍ଟିଜ୍‌ରେ ପ୍ରଥମ ଓଡ଼ିଶା ଓପନ୍‌ ଟ୍ରାପ୍‌ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନବନିର୍ମିତ ଟ୍ରାପ୍‌ ଶୁଟିଂ ରେଞ୍ଜକୁ ସଂଘର ଉପସଭାପତି କଳିକେଶ ନାରାୟଣ ସିଂଦେଓ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ପୁରୁଷ ବିଭାଗରେ ଅବିନାଶ ପଟ୍ଟନାୟକ ଓ ମହିଳା ବିଭାଗରେ ରଶ୍ମି ଭଟ୍ଟ ପ୍ରଥମ ସ୍ଥାନ ହାସଲ କରିଥିଲେ। ପୁରୁଷ ମାଷ୍ଟର୍ସ ବିଭାଗରେ ଦୀପ୍ତିମୟ ପଟ୍ଟନାୟକ ଓ ସିନିୟର ମାଷ୍ଟର୍ସ ବିଭାଗରେ ପ୍ରମୋଦ ଚନ୍ଦ୍ର ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗ୍ରୁପ ଇଭେଣ୍ଟରେ ଦିଗନ୍ତଜ୍ୟୋତି ପଟ୍ଟନାୟକ, ଦୀପ୍ତିମୟ ପଟ୍ଟନାୟକ ଓ ପ୍ରିୟରଞ୍ଜନ ମହାନ୍ତିଙ୍କ ଯୋଡି ପ୍ରଥମ ସ୍ଥାନ ହାସଲ କରିଥିଲେ।

ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ରାଇଫଲ ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ସହ ସମ୍ପାଦକ ବଳଭଦ୍ର ଦାସ, ରାକେଶ ମହାନ୍ତି, ଅବିନାଶ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ସାହୁ, ଅନୁପମା ସ୍ବାଇଁ, ଅବିନାଶ ପୁନ୍ଦିର, ଗୌରୀ ମହାନ୍ତି, ହିମାଂଶୁ ଦାସ, ମିର୍‌ ଅହମଦ୍‌ ଅଲୀ, ଆନନ୍ଦ ଜେନା, ସୁଜଲ, ଲଳିତ ସାହୁ, ବିରୁହା ବିହାରୀ ପ୍ରଧାନ ପ୍ରମୁଖ ପୁରସ୍କୃତ କରିଥିଲେ। ମନୋରମା ପ୍ରପର୍ଟିଜ୍‌ରେ ଟ୍ରାପ୍‌ ଶୁଟିଂ ରେଞ୍ଜ ପାଇଁ ଅନୁମତି ଦେଇଥିବାରୁ ଏହାର ନିର୍ଦ୍ଦେଶକ ସମ୍ବିତ କରଙ୍କୁ ଓଡ଼ିଶା ରାଇଫଲ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଆୟୋଜନରେ ସହଯୋଗ ପାଇଁ ରୋମିଓକାନ୍ତ ବଳ ଓ ଲିଟୁ ପଣ୍ଡାଙ୍କୁ ମଧ୍ୟ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।

Share