ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ କଂଗ୍ରେସ ପାଇଁ ବଡ଼ ଆହ୍ବାନ ହେବାକୁ ପଞ୍ଚାୟତ ଉପ ନିର୍ବାଚନ। ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ୩ଦଳ ମଧ୍ୟ ଏନେଇ ଅଣ୍ଟା ଭିଡିଛନ୍ତି।

ପଞ୍ଚାୟତରେ ପଦ ଖାଲି ପଡିଲେ ୬ମାସରେ ନିର୍ବାଚନ ହେବା କଥା ହେଲେ ଏହା ଏଯାଏ ଖାଲି ପଡିଛି। କିନ୍ତୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଥର ସରକାରକୁ ଆସିବା ପରେ ଭାଜପା ପାଇଁ ଏହି ନିର୍ବାଚନ ହେବ ବଡ଼ ପରୀକ୍ଷା। ଏହି ୧୦ମାସର ସରକାରର କାମ ଉପରେ ଜନତା କେତେ ସନ୍ତୁଷ୍ଟ ତାହା ଏହି ଉପ ନିର୍ବାଚନରେ ଜଣାପଡିବ। ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି, ବୟସ୍କଙ୍କୁ ଭତ୍ତା ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ନେଇ ଭାଜପା ଭୋଟରଙ୍କ ପାଖକୁ ଯିବ।

ସେହିପରି ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ରହିବ। ସେହିଭଳି ବିଜେଡି ମଧ୍ୟ ବିରୋଧୀ ସ୍ଥିତି ଜାହିର କରିବା ପାଇଁ ଜୋର ଲଗାଇବ। ୨୪ବର୍ଷ କ୍ଷମତାରେ ରହିବା ପରେ ନିକଟରେ ବିଜେଡିରେ ଏବେ ଦଳୀୟ କନ୍ଦଳ ତେଜିଛି। ଓ୍ବକଅଫ ନେଇ ବିବାଦ ଘନେଇଛି। ତେବେ ପଞ୍ଚାୟତ ଉପ ନିର୍ବାଚନରେ ଦଳକୁ ଗଡ ରକ୍ଷା କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ସେହିଭଳି ଭକ୍ତଙ୍କ ନେତୃତ୍ୱରେ ଦଳ ଏବେ ମଇଦାନକୁ ଓହ୍ଲାଇବ। ଦଳର ସବୁ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ଓ ମାର୍ଚ୍ଚ ୨୭ରେ ଆନ୍ଦୋଳନ ପରେ ଦଳର କର୍ମୀଙ୍କୁ ଜୋସ୍‌ ମିଳିଛି।

ଏନେଇ ଭକ୍ତ କହିଛନ୍ତି, ଯେଉଁଠି ନିର୍ବାଚନୀ ଚିହ୍ନ ଉପରେ ସିଧାସଳଖ ନିର୍ବାଚନ ହେବ ଆମେ ସେଠାରେ ପ୍ରତିଦ୍ୱନ୍ଦିତା କରିବୁ। ଏନେଇ ରଣନୀତି କ’ଣ କରିବୁ ଗୋଟିଏ କମିଟି ଗଠନ କରିବୁ।

ଓଡ଼ିଶାରେ ,୧୩୪ଟି ଖାଲି ପଦ ପୂରଣ ପାଇଁ ଉପନିର୍ବାଚନ ହେବ। ଏହି ପଦଗୁଡ଼ିକ ମଧ୍ୟରେ ୫ଟି ଜିଲା ପରିଷଦ ସଦସ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ ଏବଂ ୨୭୨ଟି ୱାର୍ଡ ସଭ୍ୟ ପଦ ରହିଛି। ଏହା ସହିତ, ୭୭୧ଟି ୱାର୍ଡରେ ପୂର୍ବରୁ ସଂରକ୍ଷିତ ବର୍ଗ ପାଇଁ ନିର୍ବାଚନ ହୋଇପାରି ନଥିଲା, କାରଣ ସେଠାରେ ପ୍ରାର୍ଥୀ ଉପଲବ୍ଧ ନଥିଲେ। ଏବେ ଏହି ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ ଘୋଷଣା କରାଯାଇ ନୂଆ ର୍ନିବାଚନ କରାଯିବ।

ଏହି ଉପନିର୍ବାଚନ ପ୍ରକ୍ରିୟା ଏପ୍ରିଲ ୧୧, ୨୦୨୫ରୁ ଆରମ୍ଭ ହୋଇଛି। ଏସଇସି ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସ୍ଥାନୀୟ ପ୍ରଶାସନକୁ ସୁଦୃଢ଼ କରିବା ଏବଂ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକୁ ତ୍ୱରାନୱିତ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image