Categories: ଖେଳ

ବିକ୍ରି ହେଲେନି ଓଡ଼ିଶା ଖେଳାଳି

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ୮୭ ଖେଳାଳିଙ୍କ ନିଲାମ ହୋଇଥିବା ବେଳେ ଜଣେ ବି ଓଡ଼ିଶା ଖେଳାଳି ବିକ୍ରି ହୋଇ ନାହାନ୍ତି। ଓଡ଼ିଶାର ସମୁଦାୟ ୮ ଜଣ ଖେଳାଳି ଏହି ନିଲାମୀରେ ସାମିଲ ଥିଲେ। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ମାଧୁରୀ ମେହେଟା, ରସନାରା ପରଓ୍ବିନ୍‌, କାଜଲ ଜେନା, ଏସ୍‌ ବି ଲରେନ୍ସ, ସୁଜାତା ମଲିକ୍‌, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଏବଂ ଶୁସ୍ରୀ ଦିବ୍ୟଦର୍ଶିନୀ ନିଲାମୀରେ ସାମିଲ ହୋଇଥିବା ବେଳେ ରେଲଓ୍ବେ ପକ୍ଷରୁ ସ୍ବାଗତିକା ରଥ ସାମିଲ ହୋଇଥିଲେ। ଏହା ମଧ୍ୟରୁ କେବଳ ସ୍ବାଗତିକାଙ୍କ ନାମ ନିଲାମୀ ଡାକରାରେ ଆସିଥିଲେ ମଧ୍ୟ କୌଣସି ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ।

Share