ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ odishapolice.gov.in ରେ ୧୩୬୦ ଓଡ଼ିଶା ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିପାରିବେ। ୨୩ ସେପ୍ଟେମ୍ବର ୨୦୨୪ରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଆବେଦନ ସମୟସୀମା ଅକ୍ଟୋବର ୧୩ ରହିଛି। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାସ୍‌ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଆବେଦନ ଶୁଳ୍କ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଛି।

UR ପାଇଁ ୯୧୫ଟି, SCBC ୬ଟି, SC ୧୮୯ଟି, ST ୨୫୦ ପୋଷ୍ଟ ମୋଟ ୧୩୬୦ଟି ପୋଷ୍ଟ ରହିଛି।

ଯୋଗ୍ୟତା: ପ୍ରାର୍ଥୀ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଓ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମ୍ୟାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେକିମ୍ବା ଅନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ବୟସ ସୀମା:
ସର୍ବନିମ୍ନ ବୟସ ୧୮ବର୍ଷ
ସର୍ବାଧିକ ବୟସ ୨୩ବର୍ଷ
ବୟସ ଗଣନା ୦୧/୦୧/୨୦୨୪ ଅନୁସାରେ ହେବ

ମାସିକ ଦରମା:
ବିଭିନ୍ନ ପଦବୀ ପାଇଁ ଭିନ୍ନ ଦରମା
ସର୍ବନିମ୍ନ ଦରମା ୨୧,୭୦୦ ଟଙ୍କା
ସର୍ବାଧିକ ଦରମା ୬୯,୧୦୦ ଟଙ୍କା