Categories: ରାଜ୍ୟ

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି, ଜାଣନ୍ତୁ କିଏ ହେବେ ନୂଆ ଡିଜିପି ?

ଭୁବନେଶ୍ୱର, ୧୮।୧୧: ସରକାରୀ ଚାକିରିରୁ ଅବସର ନେବାକୁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ଦେଇଛନ୍ତି। ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ତାଙ୍କୁ ଅନୁମତି ମିଳିଛି।

ସୂଚନା ମୁତାବକ ଡିଜିପି ପାଇଁ ରାଜ୍ୟ ସରକାର ୭ ଜଣ ବରିଷ୍ଠ ଆଇପିଏସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆ ଡିଜିପି ରେସରେ ଏ.ଏନ. ପ୍ରସାଦ, ସୁଧାଂଷୁ ଷଡଙ୍ଗୀ, ବି. ରାଧିକାଙ୍କ ସମେତ ୱାଇ. ବି. ଖୁରାନିଆନିଙ୍କୁ ନେଇ ଚର୍ଚ୍ଚା ହେଉଛି। ମହିଳା ଆଇପିଏସ ବି. ବିରାଧିକାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି। ରାଜ୍ୟ ସରକାର ରାଧିକାଙ୍କୁ ଗୁରୁ ଦାୟିତ୍ୱ ଦେଇ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିପାରନ୍ତି ।

Share