ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି: ୧୦ମ ପାସ୍‌ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା…

ଭୁବନେଶ୍ୱର,୬।୧୦: ସରକାରୀ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ପୋଲିସ ପକ୍ଷରୁ ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୪୦୫ଟି ପଦ ପୂରଣ ହେବ । ଅକ୍ଟୋବର ୧୧ରୁ ୩୧ ତାରିଖ ମଧ୍ୟରେ ଏନେଇ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ ।

ମୋଟ ୪୦୫ଟି ଖାଲି ପଦ ମଧ୍ୟରୁ ଅଣସଂରକ୍ଷିତ ବର୍ଗ ପାଇଁ ୨୧୬ଟି, ଅନୁସୂଚିତ ଜାତି (ଏସସି) ପାଇଁ ୫୧ଟି, ଅନୁସୂଚିତ ଜନଜାତି(ଏସଟି) ପାଇଁ ୧୩୮ଟି ପଦ ଖାଲି ରହିଛି । ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ପଦ ସଂରକ୍ଷିତ ନାହିଁ । ତେଣୁ ଏହି ବର୍ଗର ପ୍ରାର୍ଥୀମାନେ ୟୁଆର ବର୍ଗରେ ଆବେଦନ କରିପାରିବେ। ଦରମା ୧୩,୫୦୦ରୁ ଅଧିକ ମିଳିବ। ଏଥିସହ ପେନସନ ସହ DA, HRA ମଧ୍ୟ ମିଳିବ। ଆସନ୍ତା ୧୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ବୟସ, ଯୋଗ୍ୟତା , ଆବେଦନ ଫିସ, ଓ ବେତନ ହାର, ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।