କୋଟିଆରେ ଓଡ଼ିଶା ପୋଲିସର ଫ୍ଲାଗ ମାର୍ଚ୍ଚ

କୋରାପୁଟ,୧୧।୨(ସ୍ବ.ପ୍ର.): କୋଟିଆରେ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ ଲଗାଇବାକୁ ଓଡ଼ିଶା ପୋଲିସ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍‌ ଉପରେ ପୋଲିସ କଡ଼ା ନଜର ରଖିଛି। କୋଟିଆରେ ପଞ୍ଚାୟତ ନର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରପ୍ରଦେଶ ସରକାର ଉଦ୍ୟମ କରୁଛି। ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଆନ୍ଧ୍ର ପୋଲିସ ଓ ଏଜେଣ୍ଟମାନେ ବାରମ୍ବାର କୋଟିଆରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଏପରିକି ପଞ୍ଚାୟତ ନିର୍ବାଚନରେ ମତଦାନ ନକରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି। ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ ଓ ଆନ୍ଧ୍ରର ଅଧିକାରୀଙ୍କ ଅବାଧ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଶୁକ୍ରବାର କୋଟିଆରେ ପୋଲିସ ଓ ଆଇଆରବି ବାଟାଲିୟନ ଯବାନଙ୍କ ପକ୍ଷରୁ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। କୋଟିଆର ୧୩ଟି ୱାର୍ଡରେ ୪ ପ୍ଲାଟୁନ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି।

Share