ଭାଜପା କାର୍ଯ୍ୟାଳୟରେ ହଙ୍ଗାମା, ଟିକେଟ ନ ମିଳିବାରୁ ତାତିଲେ ଧର୍ମଶାଳା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ…

ଭୁବନେଶ୍ୱର,୨।୪: ଆଗାମୀ ବିଧାନସଭା ନିର୍ବାଚନ ଲାଗି ଭାଜପା ମଙ୍ଗଳବାର ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏଥିରେ ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି। ଟିକେଟ ମିଳି ନ ଥିବାରୁ ହିମାଂଶୁଙ୍କ ଗୋଷ୍ଠୀ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ଅନେକ ନୂଆ ମୁହଁ ଥିବା ବେଳେ ପ୍ରାର୍ଥୀ ରିପିଟ୍‌ ମଧ୍ୟ ହୋଇଛନ୍ତି। ସେହିଭଳି ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିବା ନେତାଙ୍କ ଉପରେ ମଧ୍ୟ ଭାଜପା ଆଶା ପ୍ରକଟ କରିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଚାନ୍ଦବାଲି ଟିକେଟ ଦେଇଛି। ସେହିଭଳି ଯାଜପୁର ଜିଲା ଦେଖିଲେ ବଡ଼ଚଣାରୁ ଅମର ନାୟକ, ଯାଜପୁରରୁ ଗୌତମ ରାୟ ପ୍ରମୁଖଙ୍କୁ ପ୍ରାର୍ଥୀ କରାଯାଇଛି।

Share