ଝୁଲି ରହିଛି ବାଲେଶ୍ୱର ଲୋକ ସଭା ଆସନ, କିଏ ହେବ ପ୍ରାର୍ଥୀ?

ଭୁବନେଶ୍ୱର,୪।୪: ରାଜ୍ୟର ୨୧ ଲୋକ ସଭା ଆସନରୁ ୨୦ଟି ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। କେବଳ ବାଲେଶ୍ୱର ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ଅଙ୍କ ଛିଡ଼ି ପାରୁ ନ ଥିବା କୁହାଯାଉଛି । ଅପରପକ୍ଷେ ବାଲେଶ୍ୱରରେ ଭାଜପା ପୁଣିଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ଦଳ ପ୍ରାର୍ଥୀ କରିବା ଉପରେ ବିଚାର ବିମର୍ଶ ଚଳାଇଛି ।

ସୂଚନାଯୋଗ୍ୟ, ବିଜେଡିର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନା ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଥିଲେ । ତେଣୁ ଦଳର ବିଜୟ ପାଇଁ ରାଜ୍ୟସ୍ତରୀୟ ନେତା ତାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କୁ ରାଜି କରାଇ ପୁଣି ଥରେ ପ୍ରାର୍ଥୀ କରିବାକୁ ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି । ଏଭଳି ସ୍ଥିତିରେ ଦଳ କାହାକୁ ଟିକେଟ ଦେବ ତାହା ଉପରେ ନଜର ରହିଛି । ଏହି ଆସନରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ ।

Share