ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଥିବା ବେଳେ ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ନିରାଶ ହୋଇଛନ୍ତି। ତେବେ ନିଜ ପୁଅଙ୍କ ପାଇଁ ଟିକେଟ ଲବି କରି ଆସୁଥିଲେ ହେଁ ଅନନ୍ତଙ୍କୁ ଟିକେଟ ଦେଇନାହିଁ ବିଜେଡି।
ପ୍ରକାଶ ଯେ, ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଉ ୩ ଆସନ ବାକିଅଛି। ଏହି ଆସନଗୁଡ଼ିକ ହେଲା ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ। ଏହି ଆସନରେ ବିଜେଡି ବର୍ତ୍ତମାନ ସୁଦ୍ଧା କାହାକୁ ପ୍ରାର୍ଥୀ କରିନାହିଁ।
Share