ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ବିଜୟ ଲାଭ କରିଥିଲେ। କିନ୍ତୁ ପ୍ରାୟ ୪ ବର୍ଷ ହେବ ସେ ନିର୍ବାଚନ ମଣ୍ଡଳୀରେ ବିଶେଷ କିଛି କାର୍ଯ୍ୟକ୍ରମ କରି ନ ଥିବା ବେଳେ ଗତ ବର୍ଷେ ହେଲା ପୁରା ଦମରେ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସଂଗଠନ ବଢାଉଛନ୍ତି। ତେବେ ବିଧାୟକ ଦୀର୍ଘ ୪ ବର୍ଷ ନୀରବ ରହିବା କାରଣରୁ ଦଳ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇ ପାରିଲା ନାହିଁ ବୋଲି ଭାଜପାର କେତେକ ସ୍ଥାନୀୟ ନେତା ତାଙ୍କୁ ଦାୟୀ କରୁଛନ୍ତି। ଅନ୍ୟ ପକ୍ଷରେ ଭାଜପା ଓ ବିଜେଡି ମେଣ୍ଟ ହେଲେ ଆସନ ବୁଝାମଣାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ଭାଗରେ ରହିବ ବୋଲି ଶଙ୍କରଙ୍କ ଅନୁଗତମାନେ ଜୋର୍‌ ଦେଉଛନ୍ତି। ଆସନ ବୁଝାମଣାରେ ଯଦି ଏହି ଆସନଟି ଭାଜପା ଭାଗରେ ରହେ ତେବେ ତାଙ୍କୁ ପୁଣି ଏଠାରୁ ଦଳୀୟ ଟିକେଟ ମିଳିବ ବୋଲି ଶଙ୍କର ଦୃଢ଼ ଆଶାବାଦୀ ଅଛନ୍ତି। ଶଙ୍କର ଯଦି ଟିକେଟ ପାଆନ୍ତି ତେବେ ତାଙ୍କୁ ବିରୋଧ କରୁଥିବା ନେତାଙ୍କ ପାଇଁ କଂଗ୍ରେସ ଦଳ ହିଁ ସାହା ହୋଇପାରେ କିମ୍ବା ସେମାନେ ସ୍ବାଧୀନଭାବେ ଲଢ଼ିପାରନ୍ତି ବୋଲି ଆଲୋଚନା ଚାଲିଲାଣି। ସେହିପରି ବିଜେଡିରେ ଅଧିକାଂଶ ଆଶାୟୀ ଏବେ ସଂଶୟରେ ଅଛନ୍ତି। ଆସନ ବୁଝାମଣା ହେଲେ ସେମାନଙ୍କର ବର୍ଷ ବର୍ଷର ପ୍ରଚେଷ୍ଟା ବିଫଳ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ବି ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ଟିକେଟକୁ ନେଇ ଭାଳେଣି ପଡ଼ିଛି। ଏବେ ଏହି ନିର୍ବାଚନ ମଣ୍ଡଳୀର ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା,ନୂଆଗାଁ ଓ ବିଶ୍ରା ସମସ୍ତ ୩ ଟି ବ୍ଲକରେ ବିଜେଡି ପଞ୍ଚାୟତ ସମିତି ଗଠନ କରିଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ଥିବା ୬ ଟି ଜିଲା ପରିଷଦ ଜୋନ ମଧ୍ୟରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା ଥିଲା ବେଳେ କଂଗ୍ରେସ ଦଳ ଗୋଟିଏରେ ବି ଖାତା ଖୋଲି ପାରି ନାହିଁ। ମୋଟାମୋଟି ଦେଖିବାକୁ ଗଲେ କଂଗ୍ରେସ ଦଳରେ ଏଠାରୁ କେହି ଆଖିଦୃଶିଆ ଆଶାୟୀ ପ୍ରାର୍ଥୀ ନ ଥିଲା ବେଳେ ଉଭୟ ଭାଜପା ଓ ବିଜେଡିରେ ମାଳମାଳ ଆଶାୟୀ। କିନ୍ତୁ ମେଣ୍ଟ କଥା ସ୍ପଷ୍ଟ ହେଉ ନ ଥିବାରୁ ତାହା ସ୍ଥାନୀୟ ନେତାଙ୍କୁ ଆଶଙ୍କାରେ ପକାଇଥିବା ନେଇ କେତେକେ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ପଛର ଷଡ଼ଯନ୍ତ୍ର ଖୋଜୁଛି ଏନ୍‌ଆଇଏ ଟିମ୍‌

ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ...

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ

ଚଣ୍ଡିଗଡ଼,୨୮।୪:ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image