ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମଙ୍ଗଳବାର ସିଧାସଳଖ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ଓଡ଼ିଶାରେ ବିଜେଡି ସରକାରକୁ ଆସିବ ନାହିଁ। ତାଙ୍କ ଲାଗି ଏକ ଲୋକପ୍ରିୟ ସରକାର ଚାଲିଗଲା। ମୁଁ କେବେ ବି ଦଳ ଛାଡ଼ି ଭାଜପାକୁ ଆସି ନ ଥାନ୍ତି। ହେଲେ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନିର୍ବାଚନ ପରାଜୟ ପରେ ଦଳରେ ଅନ୍ତଃକନ୍ଦଳକୁ ନେଇ ବିଜେଡି ଚର୍ଚ୍ଚାରେ ରହି ଆସୁଛି। ଦଳୀୟ ନେତାମାନେ ମଧ୍ୟ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି। ଏପରିକି କିଛି ନେତା ବିଜେଡି ଛାଡ଼ି ଭାଜପା ସମ୍ପର୍କରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା...

ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ...

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର,୧୫।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ...

ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି...

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri