ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ

ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍‌ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ଠପ୍‌ ହୋଇଯାଇଛି। କିଛିଦିନ ତଳୁ ଅସନ୍ତୁଷ୍ଟ ନେତାମାନେ ଦଳଡିଆଁ କରୁଥିଲେ। ବର୍ତ୍ତମାନ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗ ଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କିଛି ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ମନେ ହେଉଛି।

କହିରଖୁଛୁ, ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ବିଜେଡ଼ି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ ଭାଗବଣ୍ଟା ଛିଡ଼ୁ ନ ଥିବାରୁ ଏନେଇ ଏଯାବତ ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି। ତେବେ ଆଗାମୀ ଦିନ କେଇଟାରେ ତାହା ଉପରେ ମୋହର ବାଜିପାରେ ବୋଲି ଅଲୋଚନା ହେଉଛି। ଏନେଇ ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଠକ ଚାଲିଛି। ଅପରପକ୍ଷେ କିଛି ନେତା ମେଣ୍ଟ ସମ୍ଭାବନାକୁ ଅସମ୍ଭବ ବୋଲି କହୁଥିବାରୁ ରାଜନୀତି ବେଶ ସରଗରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁସାନଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୮ା୨: ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ...

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ସିନେ ଜଗତର ଧ୍ରୁବତାରା…

ଭୁବନେଶ୍ୱର,୨୭।୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୭।୨: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର...

ହସ୍ପିଟାଲର ୩ମହଲା କୋଠାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ

ନୂଆପଡ଼ା,୨୭ା୨(ମକାରୁ ବେମାଲ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ନିର୍ମାଣାଧୀନ ତିନିମହଲା କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା...

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଚଳିତ ଆର୍ଥିକ ବର୍ଷରେ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା...

କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ 

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର): ବିଦ୍ୟୁତ୍‌ ଦେୟ ୧ ପଇସା ବୃଦ୍ଧି କରାଗଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ବିଦ୍ୟୁତ୍‌ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ...

ଶହିଦ ନଗର ଅଞ୍ଚଳରୁ ୭ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର, ଦେହସାରା ରହିଛି କଟା, ପୋଡ଼ା ଦାଗ

ଭୁବନେଶ୍ବର,୨୭।୨: ଶହିଦ ନଗର ଅଞ୍ଚଳରୁ ୭ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ ଦେହସାରା କଟା ଓ ପୋଡ଼ା ଦାଗ ଅଛି। ମିଳିଥିବା ସୂଚନାନୁଯାୟୀ, ବାପା...

ହଷ୍ଟେଲରେ ରହୁଥିବା ବଡ଼ଝିଅକୁ ଦେଖିବା ଲାଗି ଯାଉଥିଲେ, ବାଟରେ ଘଟିଲା ଅଘଟଣ…

ଆସିକା,୨୭ା୨(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା-ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର ପିତଳ ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image