ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…

ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି। ଯାହାକୁ ନେଇ ବିଜେଡି-ଭାଜପାର କଥା କଟାକଟି ବଢିବାରେ ଲାଗିଛି। ତେବେ ସେଥିରେ ପଛରେ ପଡିନି କଂଗ୍ରେସ। ରାଜ୍ୟ କଂଗ୍ରେସ ନେତାଙ୍କ ବ୍ୟତୀତ କେନ୍ଦ୍ରର ବରିଷ୍ଠ ନେତୃତ୍ୱ ମଧ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି।

କଂଗ୍ରେସର ମହାସଚିବ କଥା ବରିଷ୍ଠ କଗ୍ରେଂସ ନେତା ଜୟରାମ ରମେଶ ଏନେଇ ଖୋଲାଖୋଲି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଲୋକ ସଭା ନିର୍ବାଚନ ଜିତିବା ପରେ ଆଞ୍ଚଳିକ ଦଳ ପ୍ରତି ଭାଜପାର ଅସଲ ଚେହେରା ସାମ୍ନାକୁ ଆସିଛି। ଆଉ ଏବେ ମମତା ମହାନ୍ତ ବିଜେଡି ଛାଡିବା ପରେ ନବୀନ ପଟ୍ଟନାୟକ ଏନେଇ ନିଶ୍ଚିତ ଭାବରେ ଚିନ୍ତିତ ହୋଇ ପଡିଥିବେ। ବିଚାରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।

କଂଗ୍ରେସ ନେତା ଆହୁରି କହିଛନ୍ତି, ଦୀର୍ଘ ୨୦ବର୍ଷ ଧରି ବିଜେଡି-ଭାଜପା ଓଡ଼ିଶାରେ ଏକାଠି ଅଛନ୍ତି। କହିବାକୁ ଗଲେ ସେମାନେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ପଛରେ ପିଠି ଥାପୁଡେଇ ସମସ୍ତଙ୍କ ଆଗରେ ଘୋର ପ୍ରତିଦ୍ୱନ୍ଦୀ ବୋଲି ଆଭାସ ଦେଉଥିଲେ। ନବୀନ ବାବୁ ଦୁଇ ଦୁଇ ଥର ଭାଜପା ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବାକୁ ଭାଜପାକୁ ସମର୍ଥନ ଦେଇଛନ୍ତି। ବର୍ତ୍ତମାନ ଆଞ୍ଚଳିକ ଦଳ ପ୍ରତି ଭାଜପାର ଅସଲ ଚେହେରା ଧରା ପଡି ଯାଇଛି। ବିଜେଡି ରାଜ୍ୟ ସଭା ଏମପି ଇସ୍ତଫା ଦେଇ ଏବେ ଭାଜପାରେ ଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଏବେ ଏହି ରାଜ୍ୟ ସଭା ସିଟ୍‌ ଭାଜପା ପାଖକୁ ଯିବ।  ପରବର୍ତ୍ତୀ ଦଳ ଛାଡି କିଏ ଯିବ ବିଚରା ନବୀନ ବାବୁ ଚିନ୍ତା କରୁଥିବେ ବୋଲି କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri