ମାହାଙ୍ଗାରୁ ଲଢ଼ିବେ ପ୍ରତାପ ଜେନାଙ୍କ ପୁଅ

ଭୁବନେଶ୍ୱର,୪।୩: ଆସନ୍ତା ବିଧାନସଭା ନିର୍ବାଚନ ଲାଗି ବୁଧବାର ବିଜେଡି ପକ୍ଷରୁ ୨୭ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ କେନ୍ଦ୍ରାପଡ଼ାର ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ମିଳିଛି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ।
ବିଧାନସଭା ନିର୍ବାଚନରେ କ୍ରମାଗତ ୫ ଥର ଲାଗି ପ୍ରତାପ ମାହାଙ୍ଗା ଆସନରେ ଲଢ଼ିବା ସହ ଜିତି ଆସୁଥିଲେ। ହେଲେ ସେ ବିବାଦରେ ଫସିବା କାରଣରୁ ବିଜେଡି ସୁପ୍ରିମୋ ତାଙ୍କ ପୁଅଙ୍କୁ ଟିକେଟ ଦେଇଛନ୍ତି। ଦଳ ସର୍ବଦା ସ୍ବଚ୍ଛତା ଭାବମୂର୍ତ୍ତୀକୁ ସମର୍ଥନ ଦେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ୬୫ ବିଧାନସଭା ଏବଂ ୧୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ବୁଧବାର ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।
Share