ସମ୍ବଲପୁରରେ ଧର୍ମେନ୍ଦ୍ର-ପ୍ରଣବ, ଭୁବନେଶ୍ୱରରେ ଅପରାଜିତା-ମନ୍ମଥ ଲଢ଼େଇ; କିଛି ଏଭଳି ବିଜେଡିର ପ୍ରାର୍ଥୀ ତାଲିକା…

ଭୁବନେଶ୍ୱର,୨୭।୩: ଆଗାମୀ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଲୋକ ସଭା ଲାଗି କଳାହାଣ୍ଡିରୁ ଲମ୍ବୋଦର ନିଆଲଙ୍କୁ ଟିକେଟ ମିଳିଛି। ସେହିଭଳି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଶୁଂମାନ ମହାନ୍ତି,ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକ୍‌କା, ଆସିକାରୁ ରଞ୍ଜିତା ସାହୁଙ୍କୁ ଦଳ ଟିକେଟ ଦେଇଛି। ତେବେ ପୂର୍ବରୁ ଭାଜପା ସମ୍ବଲପୁରରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ଭୁବନେଶ୍ୱର ଲୋକ ସଭା ଆସନରୁ ଟିକେଟ ପାଇଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଏମିତିରେ ଏହି ଦୁଇ ଆସନରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

 

Share