୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା ଅନିତା ଦାସ ଓ ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଦଳ ଛାଡ଼ିଛନ୍ତି। ଏ ସମ୍ପର୍କରେ ନିରୋଜ ନଳିନୀ ମହାଳିକ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏଥିସହ ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ଦଳ ବିରୋଧରେ ମୁହଁ ଖୋଲିଛନ୍ତି।

ଖବରଦାତା ସମ୍ମିଳନୀରେ ନିରୋଜ ନଳିନୀ କହିଛନ୍ତି, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରଥମେ ରାଷ୍ଟ୍ର ସେବିକା ସମିତିରେ କାମ କରିଥିଲେ। ୨୦୦୫ରେ ପ୍ରତ୍ୟେକ୍ଷ ଭାବେ ଭାଜପାରେ ଯୋଗଦେଇ ଜଣେ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ପରିବାରବାଦକୁ ବିରୋଧ କରୁଥିବା ଭାଜପା ଗୋଟିଏ ପରିବାର ହାତରେ ଦଳକୁ ୩୦ ବର୍ଷ ହେଲା ଟେକି ଦେଇଛି। ଭାଜପାରେ ଅଧିକ ନିର୍ଯାତିତ ଓ ନିଷ୍ପେସିତ ହୋଇଛି। ଏଠାରେ ମହିଳାଙ୍କୁ ସମ୍ମାନ ନାହିଁ। ମଙ୍ଗଳବାର ଦଳର ମିଶ୍ରଣ ପର୍ବରେ କରାଯାଇଥିବା ବିଶୃଙ୍ଖଳ ଆଚରଣରେ ସମସ୍ତେ ଦେଖିଥିବେ। ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସେ ଆଶାୟୀ ଥିଲେ। ଓଡ଼ିଶା ପାଇଁ ପ୍ରଭାରୀ ଥିବା ଦଳର ବରିଷ୍ଠ ନେତା ବିଜୟସିଂପାଲ ତୋମାର ୩ଥର ହାରିଥିବା ବ୍ୟକ୍ତିଙ୍କୁ ଟିକେଟ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଏଠାରେ ୩ଥରରୁ ଅଧିକ ଥର ହାରିଥିବା ବ୍ୟକ୍ତିଙ୍କୁ ଟିକେଟ୍‌ ଦିଆଗଲା। ଏହାକୁ ନେଇ କେବଳ ସେ ନୁହେଁ, ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏଠି ଦଳକୁ ଉଠାଇ ଦିଆଯିବ ନାହିଁ।

କେବଳ ଭାଷଣବାଜିରେ ଦଳ ଚାଲୁଛି, କାର୍ଯ୍ୟରେ ନୁହେଁ। ଏ ପ୍ରକାର କୁତ୍ସିତ ରାଜନୀତି କରିବା ଅପେକ୍ଷା ତାଠାରୁ ଦୂରେଇ ରହି ସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ଶ୍ରେୟସ୍କର ମନେକରି ସେ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଜିଲା ସମ୍ପାଦିକା ଅନିତା ଦାସ ଓ ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ନିରୋଜ ନଳିନୀ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ଜିଲା ସମ୍ପାଦିକା ଅନିତା ଦାସ କହିଲେ, ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟଠାରେ ଜିଲା ସଭାପତି ତାଙ୍କ ପ୍ରତି କରିଥିବା ଅପମାନଜନିତ ବ୍ୟବହାରର ଶେଷ ପରିଣତି ଭାବେ ସେ ଇସ୍ତଫା ଦେଉଛନ୍ତି। ଖବରଦାତା ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri