Categories: ରାଜ୍ୟ

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମୋ ବସ୍‌ ସଂପର୍କରେ ନିଷ୍ପତ୍ତି ପାଇଁ ଏକ କମିଟି ଗଠନ କରାଯିବ ବୋଲି ସରକାର କହିଛନ୍ତି। ପରେ ଆଗାମୀ ବୈଠକ ୭ ଦିନ ମଧ୍ୟରେ ବସିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି।

ଶୀତକାଳୀନ ଅଧିବେଶନ ସମୟରେ ନଭେମ୍ବର ୨୨ ରୁ ବିଧାନସଭା ସମ୍ମୁଖରେ ମାଲିକମାନେ ଧାରଣାରେ ବସିଥିଲେ। ପରେ ଡିସେମ୍ବର ୧ ରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ ହେବା ନେଇ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା କୁ ବିରୋଧ କରି ଏହା ପୂର୍ବରୁ ମଧ୍ୟ ବସ୍ ଧର୍ମଘଟ ନେଇ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ। ଏପରିକି ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା ।

Share