Categories: ଖେଳ

ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା

ଭୁବନେଶ୍ୱର, ୧୬ା୧୧(କ୍ରୀଡ଼ା ପ୍ରତିନିଧି): ୨୦୨୨ ଚ୍ୟାଲେଞ୍ଜର ଟ୍ରଫି ମହିଳା କ୍ରିକେଟ ପାଇଁ ମଙ୍ଗଳବାର ୪ଟି ଦଳ ଘୋଷଣା କରାଯାଇଛି। ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଥାନ ପାଇଛନ୍ତି। ଗଞ୍ଜାମ ହିଞ୍ଜିଳିକାଟୁର ପ୍ରିୟଙ୍କା ସମ୍ପ୍ରତି ଇନ୍ଦିରା ମଇଦାନସ୍ଥିତ ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ କ୍ଲବ)ରେ ରାଜ୍ୟର ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଗୌରୀ ଓ କିଶୋର ଚନ୍ଦ୍ର ସାହୁଙ୍କ କନ୍ୟା ପ୍ରିୟଙ୍କା ପୂର୍ବରୁ ୨୦୧୮ରେ ଚ୍ୟାଲେଞ୍ଜର ଟ୍ରଫି ଏବଂ ଥରେ ଟ୍ରେଲବ୍ଲେଜର୍ସ ପକ୍ଷରୁ ମହିଳା ଆଇପିଏଲ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଆଗାମୀ ପ୍ରତିଯୋଗିତା ରାୟପୁରଠାରେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ‘ଡି’ ଦଳର ନେତୃତ୍ୱ ନେବେ ସ୍ନେହ ରାଣା ଏବଂ ଉପ-ଅଧିନାୟିକା ଅଛନ୍ତି ଜେମିମା ରୋଡ୍ରିଗ୍ବେଜ। ଅଲ୍‌ରାଉଣ୍ଡର ପ୍ରିୟଙ୍କାଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।
ଭାରତ ‘ଡି’ ଦଳ: ସ୍ନେହ ରାଣା (ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ (ଉପ-ଅଧିନାୟିକା), ଜସିଆ ଅଖତର, ଅଶ୍ୱିନୀ କୁମାରୀ, କନିକା ଆହୁଜା, ଦୟଲାନ ହେମଲତା, ୟସ୍ତିକା ଭାଟିଆ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶିଖା ପାଣ୍ଡେ, ଶ୍ରଦ୍ଧା ପୋଖରକର, ରେଣୁକା ସିଂ ଠାକୁର, ରାଜେଶ୍ୱରୀ ଗାଏକ୍ୱାଡ, ଅପର୍ଣ୍ଣା ମଣ୍ଡଳ (ଉଇକେଟ କିପର), ସୁଷମା ବର୍ମା (ଉଇକେଟ କିପର)।

Share