ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୪।୧୧: ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତା ମାସର ୨ୟ କିମ୍ବା ୩ୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ରହିଛି। ତା’ପୂର୍ବରୁ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ।

ଅନ୍ୟପଟେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ । ନାଗାର୍ଜୁନ ବେଶ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିବ । ଅବଢା ଯୋଜନାରେ ହେବାକୁ ଥିବା ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ । ଏଥିପାଇଁ ଅନଲାଇନ ଦର୍ଶନ ବନ୍ଦ ରହିବ । ପତିତପାବନଙ୍କର ନାଗାର୍ଜୁନ ବେଶ ହେବନାହିଁ ।

ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । କୌଣସି ଭକ୍ତ ସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ନାଗାର୍ଜୁନ ବେଶ ଦିନ ଭକ୍ତମାନେ ପତିତପାବନଙ୍କ ଦର୍ଶନ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆୟୋଜିତ ବୈଠକରେ ପୁରୀ ଜିଲାପାଳ, ଏସ୍‌ପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।

Share