ଭୁବନେଶ୍ୱର, ୧୪।୬(ବ୍ୟୁରୋ) : ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ…। ବର୍ଷକ ପରେ ପୁଣି ଆସିଛି ଗଣପର୍ବ ରଜ। ମଙ୍ଗଳବାର ପହିଲି ରଜ। ଘରେ ଘରେ ପୋଡ଼ପିଠାର ମହକ ସାଙ୍ଗକୁ ପାନର ରଙ୍ଗରେ କୁଆଁରୀଙ୍କ ଓଠ ଝଲସିବ। ଏଥିସହ ସେମାନେ ମେହେନ୍ଦୀ କରିବା ସହ ସଜବାଜ ହୋଇ ନୂଆ ଡ୍ରେସ୍ ପିନ୍ଧି ସାଙ୍ଗମାନଙ୍କ ସହିତ ଦୋଳି ଖେଳିବେ। ସେହିପରି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଇଛି। ମହାମାରୀ କରୋନା ଯୋଗୁ ୨ବର୍ଷ ହେବ ରଜପର୍ବ ଫିକା ପଡ଼ିଥିଲା। ତେବେ ଚଳିତ ବର୍ଷ ଏହାକୁ କିପରି ଧୁମ୍ଧାମ୍ରେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ଶେଷ ହୋଇଛି।