ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନରେ, ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏମିତି ଲେଖିଲେ ପାଣ୍ଡିଆନ

ଭୁବନେଶ୍ୱର,୨୬।୬: ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ (୨୦୨୩) କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ (୨୦୨୩) କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିବା ଗୌରବର ବିଷୟ। ନିବେଶକମାନେ ଅଭିବୃଦ୍ଧିର ସମ୍ଭାବନାକୁ ଆହୁରି ବ୍ୟାପକ କରି ପୁଞ୍ଜି ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ଉପରେ ନିରନ୍ତର ବିଶ୍ୱାସ ରଖି ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ସମ୍ମାନ ଜଣାଉଛି। ଏଥିସହ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସୋସିଆଲ ମିଡିଆରେ ଏହାର ଏକ ଫଟୋ ଶେୟାର କରିଛନ୍ତି।

 

 

Share