ଭୁବନେଶ୍ୱର,୬।୧୨(ବ୍ୟୁରୋ) : ନଭେମ୍ବର ୨୪ ପରେ ବିଦେଶରୁ ଓଡିଶା ଫେରିଥିବା ବେଳେ ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ୨୪୬ ପଜିଟିଭଙ୍କ ସାମ୍ପଲ ଜିନମ୍ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।
ଜିନମ୍ ସିକ୍ୟୁଏନସିଂ ପରେ ଜଣାପଡିବ ଓମିକ୍ରନ ଆକ୍ରାନ୍ତ କି ନୁହେଁ, ତେବେ ଶୁକ୍ରବାର ଜିନମ୍ ସିକ୍ୟୁଏନସିଂ ରିପୋର୍ଟ ଆସିବ। ଏହା ପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।