କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ

ଭୁବନେଶ୍ୱର,୫।୪:୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି। ୨୦୦୪ ବ୍ୟାଚ ଆଇପିଏସ ଆଶୀଷ କୁମାର ସିଂଙ୍କ ବଦଳରେ ତାଙ୍କୁ ଶୁକ୍ରବାର ଅବସ୍ଥାପିତ କରାଯାଇଛି। ତେବେ ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ପଦ ଖାଲି ପଡ଼ିଥିଲା।

ସଞ୍ଜୟ କୁମାରଙ୍କ ବ୍ୟତିତ କଟକ ଓ ଜଗତସିଂହପୁର ଜିଲାରେ ଦୁଇ ନୂଆ ଜିଲାପାଳ, ରାଉରକେଲା ଓ ଅନଗୋଳରେ ନୂଆ ପୋଲିସ ଏସପି ଏବଂ କଟକରେ ନୂଆ ଡିସିପିଙ୍କୁ ଆଜି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଉରକେଲା ଏସ୍‌ପି ଭାବେ ବ୍ରଜେଶ କୁମାର ରାଏ, ଅନୁଗୋଳ ଏସ୍‌ପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରକାଶ ଆର୍‌ଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ତୁରନ୍ତ ନିଜ ନୂଆ ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି। ଏହାଛଡ଼ା ଜଗତସିଂହପୁର ଜିଲାପାଳ ପାରୁଲ ପଟ୍ଟୱାରୀଙ୍କ ସ୍ଥାନରେ ଆଇଏଏସ୍‌ ଅନୁପମ ଶାହ ଓ କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ବଦଳରେ ଆଇଏଏସ୍‌ ଅରିନ୍ଦମ ଡାକୁଆଙ୍କୁ ଜିଲାପାଳ ଭାବେ ନିଯୁକ୍ତି ମିଳିଛି ।

Share