ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଦେଓରଞ୍ଜନ କୁମାର ସିଂ ଶୁକ୍ରବାର ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି। ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା ଏସ୍‌ଆର୍‌ସି କହିଛନ୍ତି ।

ଚତୁର୍ଥ ଶନିବାର ଓ ରବିବାର ସରକାରୀ କାର୍ଯ୍ୟାଳୟ ଛୁଟି ରହିଥାଏ। ବାତ୍ୟା ଦାନା ଯୋଗୁ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅକ୍ଟୋବର ୨୬ ଓ ୨୭ ଦୁଇଦିନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନିକ ବିଭାଗଗୁଡ଼ିକ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି କହିଛନ୍ତି।

Share