Categories: ଖେଳ

ଓଡ଼ିଶା ସେକ୍ରେଟାରିଏଟ୍‌ ଚାମ୍ପିୟନ୍‌

ଭୁବନେଶ୍ୱର,୧ା୧୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ସେକ୍ରେଟାରିଏଟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରଥମ ସଂସ୍କରଣରେ ଚାମ୍ପିୟନ ଓଡ଼ିଶା ସେକ୍ରେଟାରିଏଟ ଫାଇନାଲରେ ଖୋର୍ଦ୍ଧାକୁ ୪-୧ରେ ପରାସ୍ତ କରିଛି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ସୁନ୍ଦରଗଡ଼ରେ ୬-୧ରେ ଦେବଗଡ଼କୁ ପରାସ୍ତ କରିଛି। ପ୍ରଥମଥର ପାଇଁ ଓଡ଼ିଶା ହକିରେ ୨୦ ଜିଲା ଓ ୪ ଏକାଡେମୀର ୩୫୦ରୁ ଅଧିକ ଖେଳାଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ଓ ଯୁବସେବା ବ୍ୟାପାର କମିଶନର ଓ ସଚିବ ଆର. ଭିନିଲ କ୍ରିଷ୍ଣା, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ସସ୍ମିତା ସାମନ୍ତ, ହକି ଇଣ୍ଡିଆ ଓ ହକି ଓଡ଼ିଶା ସଭାପତି ଡ. ଦିଲୀପ ତିର୍କୀ ଓ ହକି ଓଡ଼ିଶା ନିର୍ଦ୍ଦେଶକ ଡେଭିଡ୍‌ ଜନ୍‌ ପ୍ରମୁଖ ମୁଖ୍ୟ ଅତିଥିଙ୍କ ସହିତ ଯୋଗ ଦେଇଥିଲେ। ପ୍ରଥମ ସଂସ୍କରଣ ଚାମ୍ପିୟନ୍‌ ଓଡ଼ିଶା ସେକ୍ରେଟାରିଏଟ୍‌ ଦଳକୁ ହକି ପ୍ରମୋଶନ କାଉନସିଲ୍‌ ଚେୟାରମ୍ୟାନ ଦିଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ସେକ୍ରେଟାରିଆଟ ଦଳରେ ଜାତୀୟ ଚାମ୍ପିୟନଶିପ୍‌ରୁ ୧୧ ଜଣ ଖେଳାଳି ରହିଥିଲେ ଏବଂ ଦଳ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିଲା। ଓଡ଼ିଶା ହକିର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଦିଲୀପ କହିଛନ୍ତି। ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ, କିଟ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଦିଲୀପ ତିର୍କୀ।

Share