Categories: ଖେଳ

ଓଡ଼ିଶା ସିନିୟର ଟେବୁଲ ଟେନିସ ଦଳ ଘୋଷିତ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଜମ୍ମୁର ଏମ୍‌.ଏ. ଷ୍ଟାଡିୟମରେ ଚଳିତ ମାସ ୨୦ରୁ ୨୭ ପର୍ଯ୍ୟନ୍ତ ୮୪ତମ ଜାତୀୟ ସିନିୟର ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ବୁଧବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ପୁରୁଷ ଦଳରେ ତୌଫିକ୍‌ ହକ୍‌, ମୈନକ ଦାସ, ତୁଷାର ଚୌହାନ, ସମ୍ରାଟ ଚକ୍ରବର୍ତ୍ତୀ, ଶୁଭେନ୍ଦୁ ଶ’, ଏମ. ଈଶ୍ୱର ରାଓ, ମହମ୍ମଦ ଆଝାର ଓ ଦିକ୍ଷାନ୍ତ ପରିଡ଼ା ସ୍ଥାନ ପାଇଛନ୍ତି। ସେହିପରି ମହିଳା ଦଳରେ ନେହା କୁମାରୀ, ଅଞ୍ଜଳି ଅଗ୍ରଓ୍ବାଲ, ସ୍ବିକୃତି ଭଗତ, ପାୟଲ ପାଣି ଓ ଗାୟତ୍ରୀ ମିତ୍ର ସାମିଲ ହୋଇଛନ୍ତି। ମ୍ୟାନେଜର ଓ କୋଚ୍‌ଭାବେ ସୁଜିତ ରୟ ଦାୟିତ୍ୱ ନିର୍ବାହ କରିବେ। ଅମ୍ପାୟର କେ.ଏସ୍‌ଏନ୍‌ ମୁର୍ତ୍ତୀ ଓ ସୁରଭି ପରିଜା ମଧ୍ୟ ଓଡ଼ିଶା ଦଳ ସହ ୧୭ ତାରିଖରେ ଜମ୍ମୁ ଯାତ୍ରା କରିବେ।

Share