Categories: ଖେଳ

ଓଡ଼ିଶା ସିନିୟର ମହିଳା ରଗ୍‌ବୀ ଦଳ ଘୋଷିତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ମହାରାଷ୍ଟ୍ରର ପୁଣେସ୍ଥିତ ବାଲଓ୍ବୋଡ଼ିଠାରେ ସର୍ବଭାରତୀୟ ଜୁନିୟର ମହିଳା ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ ଶେଷ ହୋଇଛି। ଏଥିରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ ଆସନ୍ତା ୯ ତାରିଖରୁ ପୁଣେରେ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ହୁପି ମାଝି ୧୨ ଜଣିଆ ରାଜ୍ୟ ଦଳର ନେତୃତ୍ୱ ନେବେ। ପ୍ରତିଯୋଗିତାରେ ଭାଗ ନେବାପାଇଁ ଓଡ଼ିଶା ଦଳ ଗୁରୁବାର ପୁଣେ ଯାତ୍ରା କରିବ।
ଓଡ଼ିଶା ଦଳ: ଦୁମୁନି ମାର୍ଣ୍ଡି, ତରୁଲତା ନାଏକ, ରିନା ସିଂ, ଗୀତାରାଣୀ ସାଇ, ପାର୍ବତୀ କିସ୍କୁ, ମଞ୍ଜୁଲତା ପ୍ରଧାନ, ହୁପି ମାଝି (ଅଧିନାୟିକା), ରଞ୍ଜିତା ନାଏକ, ମାଲିନ ସୟ, ପାର୍ବତୀ ହାଁସଦା, ନିର୍ମାଲ୍ୟା ରାଉତ, ମାମା ନାଏକ। କୋଚ୍‌: ରଜନୀ ସବର, ମ୍ୟାନେଜର: ସୁଧାଂଶୁ ସାହୁ, ଫିଜିଓ: ସୌମ୍ୟଶ୍ରୀ ମିଶ୍ର।

Share