Categories: ଖେଳ

ଓଡ଼ିଶା ସେଭେନ୍‌ ଏ ସାଇଡ୍‌ ରଗ୍‌ବୀ ଦଳ ଘୋଷିତ

ଭୁବନେଶ୍ୱର,୨୩ା୧୦, (ସରୋଜ ଜେନା): ଆସନ୍ତା ଅକ୍ଟୋବର ୨୬ ତାରିଖରେ ଗୋଆରେ ହେବାକୁ ଥିବା ୩୭ ତମ ଜାତୀୟ କ୍ରୀଡା ପାଇଁ ଓଡ଼ିଶା ସେଭେନ୍‌ ଏ ସାଇଡ୍‌ ପୁରୁଷ ଓ ମହିଳା ରଗ୍‌ବୀ ଦଳ ରବିବାର ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ରହିଥିବା ବେଳେ ୩ ଜଣ ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯାଇଛି।
ପୁରୁଷ ଦଳ: ସୁଗୁଡା ମାଝି, ବିନୋଦ ମାରାଣ୍ଡି, ଅଶୋକ ହାଁସଦା, ଯୁଗଳ କିଶୋର ମାଝି, ରାଜକିଶୋର ମୁର୍ମୁ, ବିଭୂତି ଭୂଷଣ ସେଠୀ, ଆଶୁ ସବର, ଶାହାନଓ୍ବାଜ ଅହମଦ, ନାରାୟଣ ସାହୁ, ଅଜିତ କୁମାର ହାଁସଦା, ଗଣେଶ ଧାଙ୍ଗଡା ମାଝି, ସାଲେ ମାଝି।
କୋଚ୍‌: ଉପେନ୍ଦ୍ର କୁମାର ମହାନ୍ତି, ମ୍ୟାନେଜର: ଭରତ କୁମାର ସାହୁ, ଫିଜିଓ: ଶିବାଶିଷ ପତି।
ମହିଳା ଦଳ: ହୁପି ମାଝି, ନିର୍ମାଲ୍ୟ ରାଉତ, ତରୁଲତା ନାଏକ, ସନ୍ଧ୍ୟାରାଣୀ ଟୁଡୁ, ଡୁମୁଣି ମାରାଣ୍ଡି, ମାମା ନାଏକ, ସୁନୀତା ହାଁସଦା, ପାର୍ବତୀ ହାଁସଦା, ମାଲିନ୍‌ ସୟ, ରୀନା ସିଂଘା, କବିତା କସ୍ତୁରୀ ପଢିହାରୀ, ଆରତୀ ମୁର୍ମୁ।
କୋଚ୍‌: ମାନସ କୁମାର ଜେନା, ମ୍ୟାନେଜର: ପ୍ରଜ୍ଞା ପରିମିତା ଗରାବଡୁ, ଫିଜିଓ: ସୌମ୍ୟାଶ୍ରୀ ମିଶ୍ର।

Share