Posted inଖେଳ

ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ମନ୍ନତା ମିଶ୍ର, ପ୍ରତ୍ୟାଶା ରାୟ, ସୋନିଆ ପଟେଲ ଓ ଅଭିନବ ସିଂ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି।

ଓଡ଼ିଶାରେ ଏବେ ବିଭିନ୍ନ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଏହାର ଫଳ ସ୍ବରୂପ ଏଠାରେ କ୍ରମାଗତଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ମାନ ଆୟୋଜନ ହେଉଛି। କେବଳ ସେତିକି ନୁହେଁ ଏହି ଅତ୍ୟାଧୁନିକ ଭିତ୍ତିଭୂମିରେ ଅଭ୍ୟାସ କରିବାଦ୍ୱାରା ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ନିକଟରେ ଅନୁଷ୍ଠିତ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ରୁ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ, ଓଡ଼ିଶା ରାଜ୍ୟ ସୁଇମିଂ ଆସୋସିଏଶନ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ୨ୟ ସଂସ୍କରଣ ୩ ଦିନଧରି ଜୁନ୍‌ ୧୦ରୁ ୧୨ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ଅନେକ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ବାହାର ରାଜ୍ୟର ସନ୍ତରଣକାରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏଥିରୁ କେତେକରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଥିଲେ ଓଡ଼ିଶା କ୍ରୀଡ଼ାବିତ୍‌। ପ୍ରତିଯୋଗିତାରେ ଓଡ଼ିଶା ସନ୍ତରଣ ପ୍ରତିଭାଙ୍କୁ ମୋଟ ୧୭ଟି ପଦକ ମିଳିଥିଲା। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସାମିଲ। କେବଳ ମହିଳା ସୁଇମରମାନେ ୧୫ଟି ପଦକ ଜିତି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ। ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରୁ ଅଭିନବ ସିଂଙ୍କୁ ୨ଟି ବ୍ରୋଞ୍ଜ ପଦକ ମିଳିଥିଲା।
ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରୁ ସ୍ବର୍ଣ୍ଣ ପଦକ ଦୃଷ୍ଟିରୁ ଅଧିକ ସଫଳ ରହିଥିଲେ ସୃଷ୍ଟି ଉପାଧ୍ୟାୟ। ସେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ମାତ୍ର ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ସବୁଠାରୁ ଅଧିକ ପଦକ ହାସଲ କରିଥିଲେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ସେ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ଏହିପରି ମୋଟ ୫ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣିମ ସଫଳତାକୁ ବିଚାରକୁ ନେଲେ ମନ୍ନତା ମିଶ୍ର ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ଅଭିଜ୍ଞତାସମ୍ପନ୍ନ ପ୍ରତ୍ୟାଶା ରାୟ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ସୋନିଆ ପଟେଲ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।
ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବଟରଫ୍ଲାଏରେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୫୦ ମିଟର ବାଳିକା ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ରୌପ୍ୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ପାଇଥିଲେ। ଦ୍ୱିତୀୟ ଦିବସରେ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ, ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ଦିବ୍ୟଙ୍କା ପ୍ରଧାନ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ରୌପ୍ୟ ଓ ୧୦୦ ମିଟର ବଟରଫ୍ଲାଏରେ ବ୍ରୋଞ୍ଜ, ୧୦୦ ମିଟର ଫ୍ରିଷ୍ଟାଇଲରେ ସୋନିଆ ପଟେଲ ଓ ୧୫୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ତୃତୀୟ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୫୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରାୟ ରୌପ୍ୟ ଓ ୪୦୦ ମିଟର ଫ୍ରିଷ୍ଟାଇଲରେ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ।

-ପ୍ରସ୍ତୁତି: ତପନ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri