Categories: ଖେଳ

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଶୁଭମ୍‌

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): ଜୁଲାଇ ମାସରେ ମାଳଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଶୁଭମ୍‌ ମିଶ୍ର। ଜୁନ୍‌ ୩ ଓ ୪ ତାରିଖରେ ଗୋଆରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍‌ ଫିଜିକ୍‌ ଫର ବଡି ବିଲ୍ଡିଂ ଚୟନ ଶିବିରରେ ଯୋଗଦେଇ ତିନୋଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ଶୁଭମ। ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବ୍ୟତୀତ ନେପାଳରେ ହେବାକୁ ଥିବା ଏସିଆନ୍‌ ଚାମ୍ପିୟନଶିପ୍‌ ଓ କୋରିଆରେ ହେବାକୁ ଥିବା ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଆ ପୁଅଙ୍କ ଏହି କୃତିତ୍ୱ ପାଇଁ ଓଡ଼ିଶା ବଡି ବିଲ୍ଡିଂ ଫେଡେରେଶନ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମହାସୁଆର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ମାଇନିଂ କର୍ପୋରେଶନର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଶୁଭମ୍‌ ୨୦୨୧ରେ ତାଶକେଣ୍ଟରେ ଅନୁଷ୍ଠିତ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଦକ୍ଷିଣ ଏସୀୟ ଚାମ୍ପିୟନଶିପରେ ସେ ସଫଳ ହେବା ନେଇ ଆଶାବାଦୀ ରହିଥିବା ବେଳେ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି।

Share