ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ପ୍ରଭାବିତ

ବାଲେଶ୍ୱର ଅଫିସ, ୧୫।୨- କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସୋମବାର କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଛି। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦର ବୃଦ୍ଧି ବିରୁଦ୍ଧରେ ଏହି ଡାକରା ଦିଆଯାଇଛି। ଏହାର ପ୍ରଭାବ ବାଲେଶ୍ବର ଜିଲାରେ ପଡିଛି। ଜିଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥ, ରେଳ ଷ୍ଟେସନରେ ଯାନବାହାନଗୁଡିକୁ କଂଗ୍ରେସ କର୍ମୀମାନେ ଅଟକ ରଖିଛନ୍ତି।