‘ବାପାଙ୍କ ୬୦ ବର୍ଷର ଛବି ଚାଲିଗଲା’

ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗଦେବା ପରେ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ କଡ଼ା ବୟାନ ଦେଇଛନ୍ତି ।

ସିଦ୍ଧାର୍ଥ କହିଛନ୍ତି, ଆଜି ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି । ବାପାଙ୍କ ୬୦ ବର୍ଷର ଇମେଜ ଆଉ ରହିଲା କି, ସବୁ ଚାଲିଗଲା । ଆମେ କଂଗ୍ରେସ ଛାଡ଼ିବାର ନାହିଁ । ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକରେ ନାହିଁ, ସେ ତା’ର ଅଲଗା ଲାଇନ ଧରିଲା । ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ ବୋଲି ସିଦ୍ଧାର୍ଥ କହିଛନ୍ତି ।

ପ୍ରକାଶ ଯେ ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ବିଜେଡିରେ ଯୋଗଦେବା ପରେ ମନ୍ମଥ ରାଉତରାୟ କହିଛନ୍ତି ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓ ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ର୍ନିବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି ।

Share