ପରୀ ହତ୍ୟା ମାମଲାର ପ୍ରମାଣ ପାଇଁ ଶୁଖାଯିବ ପୋଖରୀ: ଏସ୍‌ଆଇଟି

ନୟାଗଡ଼ ଅଫିସ, ୨୧।୧୨: ପରୀ ହତ୍ୟା ମାମଲାର ପ୍ରମାଣ ପାଇବା ପାଇ ଶୁଖାଯିବ ପୋଖରୀ। ପରୀ ମୃତଦେହର କିଛି ଅଂଶ ପୋଖରୀରେ ପଡ଼ିଥିବା ସନ୍ଦେହ କରୁଛି କ୍ରାଇମ୍‌ ବ୍ରାଞ୍ଚ। ତେଣୁ ଏପରି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।
ସୂଚନାନୁସାରେ, ନୟାଗଡ ଯଦୁପୁରର ୫ ବର୍ଷୀୟା ଶିଶୁ କନ୍ୟା ପରୀର ମୃତ୍ୟୁକୁ ୬ ମାସ ବିତିଲାଣି । ଏହି ଘଟଣାର ତଦନ୍ତ ଏବେ କ୍ରାଇମ ବ୍ରାଞ୍ଚ ଏସ୍‌ଆଇଟି କରୁଛି। ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ରବିବାର ଗିରଫ କରାଯାଇଛି । ଏହା ମଧ୍ୟରେ ତଦନ୍ତକୁ ଆହୁରି ତ୍ୱରାନ୍ବିତ କରିବାକୁ ପୋଖରୀ ଶୁଖାଯିବ । କାରଣ ପରୀ ଘରର ବାଡିପଟେ ରହିଛି ଏହି ପୋଖରୀ । ଏହା ନିକଟରୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।

Share