Posted inଖେଳ

ଏସିଆନ୍‌ ଗେମ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌

ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋରେ ହେବାକୁ ଯାଉଛି ଏସିଆନ ଗେମ୍ସର ୧୯ତମ ସଂସ୍କରଣ। ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ଏଥିରେ ଏପର୍ଯ୍ୟନ୍ତ ଭାଗ ନେଇଥିବା ଏବଂ ଭାଗ ନେବାକୁ ଯାଉଥିବା ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଆସନ୍ତା ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋ ସହରରେ ହେବାକୁ ଯାଉଛି ଏସିଆ ମହାଦେଶର ସର୍ବବୃହତ କ୍ରୀଡ଼ା ମହୋତ୍ସବ ୧୯ ତମ ଏସିଆନ୍‌ ଗେମ୍ସ। ୪ ବର୍ଷ ବ୍ୟବଧାନରେ ହେଉଥିବା ଏସିଆନ୍‌ ଗେମ୍ସ ବା ଏସିଆଡ୍‌ ଏକ ମହାଦେଶୀୟ ବହୁ କ୍ରୀଡ଼ା ଶୃଙ୍ଖଳା ବିଶିଷ୍ଟ ପ୍ରତିଯୋଗିତା ଯେଉଁଥିରେକି ଏସିଆ ମହାଦେଶ ଅନ୍ତର୍ଭୁକ୍ତ ସମସ୍ତ ଦେଶର କ୍ରୀଡ଼ାବିତ୍‌ମାନେ ଭାଗନେଇଥାନ୍ତି। ନୂଆଦିଲ୍ଲୀରେ ୧୯୫୧ରୁ ଆରମ୍ଭ ହୋଇଥିବା ବିଶ୍ୱର ଏହି ଦ୍ୱିତୀୟ ବୃହତ୍‌ କ୍ରୀଡ଼ା ସମାରୋହ (ଅଲିମ୍ପିକ୍ସ ପଛକୁ) ୧୯୭୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଫେଡେରେଶନ ଦ୍ୱାରା ପରିଚାଳିତ ହେଉଥିଲା। ୧୯୮୨ରେ ଏହି ପ୍ରତିଯୋଗିତା ନୂତନ ଭାବେ ଗଠିତ ଅଲିମ୍ପିକ୍‌ କାଉନସିଲ୍‌ ଅଫ୍‌ ଏସିଆ ଦ୍ୱାରା ଦ୍ୱୀତିୟ ଥର ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସଂଘର ସ୍ବୀକୃତି ପାଇଲା।
୧୯୫୧ରେ ଅନୁଷ୍ଠିତ ପ୍ରଥମ ଏସୀୟ କ୍ରୀଡ଼ାରେ ଆୟୋଜକ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସମୁଦାୟ ୫୧ଟି ପଦକ (ସ୍ବର୍ଣ୍ଣ-୧୫, ରୌପ୍ୟ-୧୬, ବ୍ରୋଞ୍ଜ୍‌-୨୦) ଜିତି ଭାରତ ପଦକ ତାଲିକାରେ ଜାପାନ (୬୦ ପଦକ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ପରବର୍ତ୍ତୀ ସମୟରେ ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏସିଆ ମହାଦେଶର କ୍ରୀଡ଼ା ଶକ୍ତି ଭାବେ ଉଭାହେଲେ ଏବଂ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନ ହ୍ରାସ ହେବାକୁ ଲାଗିଲା। ଗତ ୨୦୧୮ ଜାକର୍ତ୍ତା କ୍ରୀଡ଼ାରେ ଭାରତ ସମୁଦାୟ ୨୦ଟି ପଦକ ହାସଲ କରି ପଦକ ତାଲିକାରେ ୮ମ ସ୍ଥାନରେ ରହିଥିଲା। ଏହି ପୃଷ୍ଠଭୂମିରେ ଏସୀୟ କ୍ରୀଡ଼ାର ପ୍ରଥମ ସଂସ୍କରଣ (୧୯୫୧) ଠାରୁ ୧୮ ତମ ସଂସ୍କରଣ (୨୦୧୮) ମଧ୍ୟରେ ଆମ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କ ଯୋଗଦାନ ଏବଂ ପ୍ରଦର୍ଶନ ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା…
ବିଭିନ୍ନ ସୂତ୍ରରୁ ସଂଗ୍ରହ ହୋଇଥିବା ସୂଚନା ଅନୁସାରେ ୧୯୫୧ଠାରୁ ୨୦୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୮ଟି ସଂସ୍କରଣରେ ଓଡ଼ିଶାର ସମୁଦାୟ ୨୬ ଜଣ କ୍ରୀଡ଼ାବିତ୍‌ ହକି (ପୁରୁଷ ଓ ମହିଳା), ଫୁଟବଲ (ପୁରୁଷ ଓ ମହିଳା), ଆଥଲେଟିକ୍ସ, ଭାରୋତ୍ତୋଳନ, ରଗ୍‌ବି ସେଭେନ୍ସ (ମହିଳା) ଏବଂ ନୌକା ଚାଳନା (ରୋଇଂ) ପ୍ରତିଯୋଗିତାରେ ଭାଗନେଇଛନ୍ତି। ତନ୍ମମଧ୍ୟରୁ ୧୮ ଜଣ (ହକି-୧୪, ଆଥଲେଟିକ୍ସ-୨, ନୌକାଚାଳନା-୨) ପଦକ ଜିତିବାରେ ସଫଳ ହୋଇଛନ୍ତି।
ଓଡ଼ିଶା କ୍ରୀଡ଼ାବିତ୍‌ଙ୍କର ଏସୀୟକ୍ରୀଡ଼ାରେ ଯୋଗଦାନର ଧାରା ଆରମ୍ଭ ହୋଇଥିଲା ୧୯୫୧ ମସିହା ପ୍ରଥମ ସଂସ୍କରଣରୁ। ରାଜ୍ୟର ସୁନାମଧନ୍ୟ ଫୁଟବଲ ଖେଳାଳି ଅବଦୁଲ ମଜିଦ (ବଚନ) ଭାରତୀୟ ଫୁଟବଲ ଦଳର ସଦସ୍ୟ ଭାବେ ଯୋଗଦେଇ ସ୍ବର୍ଣ୍ଣପଦକ ଜିତାଇବାରେ ସଫଳ ହୋଇଥିଲେ। ଅନୁରୂପ ଭାବେ ଲଙ୍ଗ୍‌ ଡିଷ୍ଟାନ୍ସ ରନର ଆଥ୍‌ଲେଟ୍‌ ସେକ୍‌ ଗୁଲଜାର ୧୦,୦୦୦ମିଟର ଦୌଡ଼ରେ ଭାରତକୁ ପ୍ରତିନିଧିତ୍ୱ କରି ୫ମ ସ୍ଥାନ ଅଧିକାର କରିଥିଲେ। ଏସୀୟ କ୍ରୀଡ଼ାର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଏବଂ ଭାରତୀୟ ଆଥ୍‌ଲେଟିକ୍ସ ଦଳର ସଦସ୍ୟ ଭାବେ ଓଡ଼ିଶାର ଖ୍ୟାତିନାମା ସ୍ପ୍ରିଣ୍ଟର ଡ. ସତିକାନ୍ତ ଘୋଷ ୪x୧୦୦ମି ରିଲେ ଦୌଡରେ ଭାଗନେଇଥିଲେ। ଏହାର ୩୬ବର୍ଷ ପରେ ଓଡ଼ିଶାର ପ୍ରତିଭାବାନ୍‌ ମହିଳା ଆଥ୍‌ଲେଟ୍‌ ପ୍ରଣତି ମିଶ୍ର ପ୍ରଥମ ଓଡ଼ିଆ ଆଥଲେଟ ଭାବେ ବେଜିଂ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ୪x୪୦୦ ମି. ରିଲେ ଦଳର ସଦସ୍ୟ ଭାବେ ଅନ୍ୟ ଆଥ୍‌ଲେଟ୍ସ ପି.ଟି. ଉଷା, କେ.ସରମ୍ମା ଏବଂ ଶାନ୍ତିମୋଲ ଫିଲିପ୍ସଙ୍କୁ ସାଥୀ କରି ରୌପ୍ୟ ପଦକ ଜିତିଥିଲେ।
ଏସୀୟ କ୍ରୀଡ଼ାର ପ୍ରାୟ ସାତ ଦଶନ୍ଧିର ଅବଧି ମଧ୍ୟରେ ଆମ ରାଜ୍ୟର ଯେଉଁ ସୀମିତ ସଂଖ୍ୟାର କ୍ରୀଡ଼ାବିତ୍‌ମାନେ ଭାରତୀୟ ଦଳରେ ସାମିଲ ହୋଇ ଭାଗନେଇଛନ୍ତି ଏବଂ ପଦକ ହାସଲ କରିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହକିରେ ଆମର କ୍ରୀଡ଼ାବିତ୍‌ମାନେ ସର୍ବାଧିକ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
ହକି (ପୁରୁଷ)
୧. ଦିଲୀପ ତିର୍କୀ – ସ୍ବର୍ଣ୍ଣ (୧୯୯୮ ବ୍ୟାଙ୍କକ୍‌), ରୌପ୍ୟ (୨୦୦୨ ବୁସାନ), ୪ର୍ଥ ସ୍ଥାନ (୨୦୦୬ କାତାର)
୨. ଲାଜରୁସ୍‌ ବାର୍ଲା – ସ୍ବର୍ଣ୍ଣ (୧୯୯୮ ବ୍ୟାଙ୍କକ୍‌୍‌)
୩. ଇଗ୍ନେସ ତିର୍କୀ – ରୌପ୍ୟ (୨୦୦୨, ବୁସାନ), ୪ର୍ଥ ସ୍ଥାନ (୨୦୦୬ କାତାର)
୪. ପ୍ରବୋଧ ତିର୍କୀ – ବ୍ରୋଞ୍ଜ୍‌ (୨୦୧୦ ଗୁଆଙ୍ଗଝୋ)
୫. ବୀରେନ୍ଦ୍ର ଲାକ୍ରା – ସ୍ବର୍ଣ୍ଣ (୨୦୧୪ ଇଞ୍ଚତ୍ଅନ), ବ୍ରୋଞ୍ଜ (୨୦୧୮ ଜାକର୍ତ୍ତା)
୬. ଅମିତ ରୋହି ଦାସ – ବ୍ରୋଞ୍ଜ (୨୦୧୮ ଜାକର୍ତ୍ତା)
ହକି (ମହିଳା)
୧. ଜ୍ୟୋତି ସୁନୀତା କୁଲୁ – ରୌପ୍ୟ (୧୯୯୮ ବ୍ୟାଙ୍କକ୍‌), ୪ର୍ଥ ସ୍ଥାନ (୨୦୦୨ ବୁସାନ୍‌), ବ୍ରୋଞ୍ଜ (୨୦୦୬ କାତାର)
୨. ସୁଭଦ୍ରା ପ୍ରାଧାନ – ବ୍ରୋଞ୍ଜ (୨୦୦୬ କାତାର)
୩. ବିନିତା ଖେସ୍‌ – ବ୍ରୋଞ୍ଜ (୨୦୦୬ କାତାର)
୪. ବିନିତା ଟପୋ – ବ୍ରୋଞ୍ଜ (୨୦୦୬ କାତାର)
୫. ଦୀପଗ୍ରେସ ଏକ୍କା- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
୬. ନମିତା ଟପୋ- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ସୁନୀତା ଲାକ୍ରା- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ଲିଲିମା ମିଞ୍ଜ୍‌- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ଆଥଲେଟିକ୍ସ (ପୁରୁଷ)
(୧) ସେକ୍‌ ଗୁଲଜାର: (୧୯୫୧ ନୂଆଦିଲ୍ଲୀ) ୧୦,୦୦୦ ମିଟର ଦୌଡ଼
(୨) ଡ. ସତିକାନ୍ତ ଘୋଷ (୧୯୫୪ ମାନିଲା) ୪x୧୦୦ ମିଟର ରିଲେ
ଆଥଲେଟିକ୍ସ (ମହିଳା)
(୧) ପ୍ରଣତି ମିଶ୍ର (୧୯୯୦ ବେଜିଂ) ୪x୪୦୦ ମିଟର ରିଲେରେ ରୌପ୍ୟ ପଦକ
(୨) ଦୂତୀ ଚାନ୍ଦ (୨୦୧୮ ଜାକର୍ତ୍ତା) ୧୦୦ ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ
ଫୁଟବଲ (ପୁରୁଷ)
(୧) ଅବଦୁଲ ମଜିଦ- (୧୯୫୧ ନୂଆଦିଲ୍ଲୀ) ସ୍ବର୍ଣ୍ଣ ପଦକ
ଫୁଟବଲ (ମହିଳା)
(୧) ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (୧୯୯୮ ବ୍ୟାଙ୍କକ୍‌), (୨) ସସ୍ମିତା ମଲ୍ଲିକ (୨୦୧୦ ଗୁଆଙ୍ଗଝୋ, (୩) ସୁପ୍ରଭା ସାମଲ (୨୦୧୦ ଗୁଆଙ୍ଗଝୋ)
ନୌକା ଚାଳନା (ରୋଇଂ)
(୧) ପ୍ରତିମା ପୁହାଣ, (୨) ପ୍ରମିଳା ପ୍ରଭା ମିଞ୍ଜ୍‌ (୨୦୧୮ ଜାକର୍ତ୍ତା) କକ୍ସଲେସ୍‌ ପେଆର -ବ୍ରୋଞ୍ଜ ପଦକ)
ଭାରୋତ୍ତୋଳନ (ପୁରୁଷ) (୧) କେ. ରବିକୁମାର (୨୦୧୦ ଗୁଆଙ୍ଗଝୋ) ୫ମ ସ୍ଥାନ
ରଗ୍‌ବୀ ସେଭେନ୍ସ (ମହିଳା)
(୧) ଭାଗ୍ୟ ଲକ୍ଷ୍ମୀ ବାରିକ (୨୦୧୦ ଗୁଆଙ୍ଗଝୋ)
ଆସନ୍ତା ଏସୀୟ କ୍ରୀଡ଼ା ପାଇଁ ଅଧିକାଂଶ ଶୃଙ୍ଖଳାରେ ଭାରତ ତା’ର କ୍ରୀଡ଼ାବିତ୍‌ଙ୍କୁ ଚୟନ କରିସାରିଲାଣି। ହକି (ପୁରୁଷ, ମହିଳା) ଏବଂ ଫୁଟବଲ୍‌ (ମହିଳା) ଚୂଡ଼ାନ୍ତ ଦଳର ଖେଳାଳିଙ୍କ ନାମ ଘୋଷଣା ବାକିଅଛି। ଘୋଷଣା ସରିଥିବା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ହେଲେ ଜୁ-ଜିତ୍‌ସୁରେ ଅନୁପମା ସ୍ବାଇଁ, ନୌକାଚାଳନାରେ ସୋନାଲି ସ୍ବାଇଁ ଏବଂ ଋତୁ କୌଡି, ସାଇକେଲ ଚାଳନାରେ ସ୍ବସ୍ତି ସିଂ। ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଓ ତପନ ମହାନ୍ତି ଯୋଗ୍ୟତା ପାଇଥିଲେ ମଧ୍ୟ ଅଂଶଗ୍ରହଣକୁ ନେଇ ସଂଶୟ ଜାରି ରହିଛି। ପୁରୁଷ ହକିରେ ଅମିତ ରୋହି ଦାସ ଏବଂ ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି। ସେହିପରି ମହିଳା ଫୁଟ୍‌ବଲ୍‌ରେ ଓଡ଼ିଶାର ମନୀଷା ପାନ୍ନା, ପ୍ୟାରି ଖାଖା, ଜୁଲି କିଷାନ ଏବଂ ଯବାମଣି ଟୁବୁଙ୍କର ଚୂଡାନ୍ତ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଓଡ଼ିଶା କ୍ରୀଡ଼ା ଓ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ଏକ ଶୁଭ ସୂଚନା।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

ଉଇକେଟ କିପିଂ ଲାଗି ଅମୁମତି ମାଗିଲେ ସଞ୍ଜୁ

ନୂଆଦିଲ୍ଲୀ,୧।୪: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଆଇପିଏଲ୍‌ରେ ଉଇକେଟ କିପିଂ ଦାୟିତ୍ୱ ତୁଲାଇବା ଲାଗି ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସ (ସିଓଇ)ଠାରୁ ଅନୁମତି ମାଗିଛନ୍ତି।...

Watch: ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍‌ କରୁଛନ୍ତି ଗର୍ଲଫ୍ରେଣ୍ଡ

ମୁମ୍ବାଇ,୧।୪: କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି। ଦଳି ଦଶମ ସ୍ଥାନରୁ...

ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌

ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ...

ପୁଣି ପ୍ରେମରେ ପଡ଼ିଛନ୍ତି ମଲାଇକା: ଏହି କ୍ରିକେଟର୍‌ଙ୍କୁ ସହ ଫଟୋ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୧।୪: ପୁଣି ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ହଟ୍‌ ଷ୍ଟର୍‌ ମଲାଇକା ଆରୋରା। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍‌ଅପ୍‌ ପରେ ମଲାଇକା ଜଣେ କ୍ରିକେଟର୍‌ଙ୍କ ପ୍ରେମରେ...

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image