Categories: ଖେଳ

ଓଡ଼ିଶା ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ଭୁବନେଶ୍ୱର,୮ା୪(କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଅନ୍ତିମ ପର୍ଯ୍ୟାୟ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ସ୍ପୋଟର୍‌ସ ହଷ୍ଟେଲ ୬-୦ ଗୋଲରେ ଏଚ୍‌ଆଇଏମ୍‌ ହକି ଏକାଡେମୀକୁ ପରାସ୍ତ କରିଛି। ସ୍ପୋଟର୍‌ସ ହଷ୍ଟେଲ ପକ୍ଷରୁ ଦୀପି ମୋନିକା ଟପ୍ପୋ ୧ମ ଓ ୨୮ତମ ମିନିଟରେ ୨ଟି ଏବଂ ଅଧିନାୟିକା ଜ୍ୟୋତି ଛତ୍ରୀ ୮ମ, କମଳା ସିଂ ୨୭, ସୁନେଲିତା ଟପ୍ପୋ ୨୯ ଓ ସୁନୀତା ଖାଖା ୩୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକରେ ପ୍ରୀତମ ସିଓ୍ବାଚ୍‌ ସ୍ପୋଟର୍‌ସ ଫାଉଣ୍ଡେଶନ ୨-୧ରେ ସାଇ ଶକ୍ତିକୁ, ସାଇ ବାଲ୍‌ ଟିମ୍‌ ୧୦-୦ରେ ଭାଇ ଭେଲୋ ହକି ଏକାଡେମୀକୁ ଏବଂ ହର୍‌ ହକି ଏକାଡେମୀ ୪-୦ରେ ଖାଲସା ହକି ଏକାଡେମୀକୁ ପରାସ୍ତ କରିଛି।

Share