Categories: ଖେଳ

ବିସିସିଆଇ ସିନିୟର ମହିଳା ଟି୨୦ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି): ବିସିସିଆଇ ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ପ୍ରତିଯୋଗିତା ବେଙ୍ଗାଲୁରୁଠାରେ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମାଧୁରୀ ମେହେଟା ଅଧିନାୟିକା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି।
ଓଡ଼ିଶା ଦଳ: ମାଧୁରୀ ମେହେଟା (ଅଧିନାୟିକା), ସୁଶ୍ରୀ ଦିବ୍ୟଦର୍ଶିନୀ (ଉପ-ଅଧିନାୟିକା), ପ୍ରଜ୍ଞା ପାରମିତା ମହାନ୍ତି (ଉଇକେଟ କିପର), ରଶ୍ମିତା ଚିନାରା (ଉଇକେଟ କିପର), କାଜଲ ଜେନା, ସରିତା ମେହେର, ଶୁଭ୍ରା ନିର୍ଝରିଣୀ ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ରସନାରା ପରବିନ, ସୁଜାତା ମଲିକ, ରାମେଶ୍ୱରୀ ନାୟକ, ଶିଳ୍ପା ସ୍ବାଇଁ, ଇନ୍ଦ୍ରାଣୀ ଛତ୍ରିଆ, ଲକ୍ଷ୍ମିପ୍ରୀୟା ନାୟକ, ବନଲତା ମଲିକ, ରୀମାଲକ୍ଷ୍ମୀ ଏକ୍କା।

Share